Onn 3

ଦିଗପହଣ୍ଡି ବସ୍‌ ଦୁର୍ଘଟଣା: OSRTC ବସର ଡ୍ରାଇଭର୍‌ ଗିରଫ

Crime State

ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ଆସିଲା ବଡ଼ ଖବର । ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭର୍‌ ଗିରଫ । ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭର୍‌ ମାନସ ପ୍ରଧାନଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ ।

ଗତକାଲି ରାତିରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ଗିରଫ ହୋଇଛନ୍ତି OSRTC ବସ୍‌ ଡ୍ରାଇଭର୍‌ ମାନସ ପ୍ରଧାନ । ମିନି ବସ୍‌ ଡ୍ରାଇଭର ଅଭିଯୋଗ କରିଥିଲା, OSRTC ବସ୍‌ ତାଙ୍କ ବସକୁ ଧକ୍କା ଦେଇଥିଲା । ଅନ୍ୟପଟେ ଦୁର୍ଘଟଣା ନେଇ ଆଜି ସରକାରଙ୍କୁ ରିପୋର୍ଟ ଦେବ ଯୁଗ୍ମ ତଦନ୍ତକାରୀ ଟିମ୍‌ । ଗତକାଲି ତଦନ୍ତକାରୀ ଟିମ୍‌ ଦୁର୍ଘଟଣାସ୍ଥଳକୁ ଯାଇ ଖୋଳତାଡ କରିଥିଲା । ମାମଲା ରୁଜୁ କରି ତନାଘନା ତଦନ୍ତ ଚଳାଇଛି ଦିଗପହଣ୍ଡି ଥାନା ପୋଲିସ ।