Onn 3

କେନ୍ଦୁପତ୍ରରେ ଜିଏସ୍‌ଟି ପ୍ରତ୍ୟାହାର ଦାବିରେ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

State

ଭୁବନେଶ୍ୱର: କେନ୍ଦୁପତ୍ର ଯାହାକି ଏକ କ୍ଷୁଦ୍ର ଜଙ୍ଗଲ ଉତ୍ପାଦନ । ଓଡିଶାର ପ୍ରାୟେ ୮ ଲକ୍ଷ ଆଦିବାସୀ ଅଧ୍ୟୁଷିତ ଲୋକେ ଏହି କେନ୍ଦୁ ପତ୍ର ଉପରେ ନିର୍ଭର କରିଥାନ୍ତି । ଆଦିବାସୀ ମାନଙ୍କର ଏହା ହେଉଛି ଆର୍ଥିକ ମେରୁଦଣ୍ଡ । କେନ୍ଦୁପତ୍ରର ବ୍ୟବସାୟ ପାୟତଃ ଗରିବ ଶ୍ରେଣୀର ଅଟନ୍ତି । ଅନୁସୂଚିତ ଜାତି, ଜନଜାତି ଏବଂ ପାରମ୍ପାରିକ ଜଙ୍ଗଲି ନିବାସୀ ସ୍ୱୀକୃତି ଅନୁଯାୟୀ ୨୦୦୬ ଅନୁଯାୟୀ ଆଦିବାସୀମାନେ ଏହି ପତ୍ର ସଂଗ୍ରହ କରିପାରିବେ ବୋଲି ନିୟମ ରହିଥିଲା । କେନ୍ଦୁପତ୍ରକୁ ସେମାନେ କିଣା ଏବଂ ବିକା ଅଧିକାର ସହକାରେ କରିପାରିବେ । କିନ୍ତୁ ଗତ କିଛିଦିନ ହେବ କେନ୍ଦୁପତ୍ର ଉପରେ ୧୮%ପ୍ରତିଶତ ଜିଏସ୍‌ଟି ସେମାନଙ୍କର ବାଣିଜ୍ୟ ବ୍ୟବସାୟ ଉପରେ ପ୍ରତିକୁଳ ପ୍ରଭାବ ପକାଉଛି । ଏହା ପରବର୍ତ୍ତି ଅବସ୍ଥାରେ ସେମାନଙ୍କ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି ।

ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଦୋହରାଇଛନ୍ତି ନବୀନ । ଏହାପୂର୍ବରୁ ଗତ ନଭେମ୍ବର ୨୫ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦ ଦାବି ଉଠାଇଥିଲେ । ରାଜ୍ୟର ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ଲଘୁ ବନଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି କରିଆସୁଛି ବିଜେଡି ।