Onn 3

ମୌଳିକ ସୁବିଧା ଯୋଗାଇବାରେ ବିଫଳ ଆଗରପଡ଼ା ବଜାର

State

ଆଗରପଡ଼ା: ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଆଗରପଡ଼ା ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍‌ୁଝରର ସୀମାନ୍ତବର୍ତ୍ତୀ ସ୍ଥାନରେ ଅବସ୍ଥିତ । ବ୍ୟବସାୟୀକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅଧିକ । କିନ୍ତୁ ବିଭିନ୍ନ ଆକଳନକୁ ନଜିରକୁ ନେଲେ ଉକ୍ତ ବଜାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ଫେଲ ମାରିଥିବା ଜଣାପଡ଼ିଛି । । ବନ୍ତ ବ୍ଲକ ୨୫ ଗୋଟି ପଂଚାୟତକୁ ନେଇ ଗଠିତ । ଉକ୍ତ ୨୫ ଗୋଟି ପଂଚାୟତକୁ ଆରଗପଡ଼ା,ବନ୍ତ ଓ କେନ୍ଦୁଆପଦା ଏହିପରି ୩ ଗୋଟି ଜୋନରେ ବିଭକ୍ତ କରାଯାଇଅଛି । ପୁରୁଷଣ୍ଢ, ବିଟିପୁର, ବଡ଼ମହିଁଷଗୋଠ, ଗୋପିନାଥପୁର, ମହାନ୍ତିପଡ଼ା,ଅଣିଜୋ,ଚାରିଗାଁ(ଚକ୍ରାପାଢୀ),ଆଡ଼ିଆ,ରାମଚନ୍ଦ୍ରପୁର ଆଦି ୯ଗୋଟି ପଂଚାୟତକୁ ନେଇ ଆଗରପଡ଼ା ଜୋନ ଗଠିତ । ଗକ୍ତ ୯ଗୋଟି ପଂଚରୟତ ମଧ୍ୟରୁ ପୁରୁଷଣ୍ଢ,ବିଟିପୁର,ବଡ଼ମହିଁଷଗୋଠ ଓ ଗୋପିନାଥପୁର ପଂଚାୟତ ଅଧିନରେ ଆଗରପଡ଼ା ବଜାର ତାର ପସରା ମେଲେଇ ଅଛି । ଏହିପରି ସ୍ଥଳେ ଉକ୍ତ ବଜାର ଉପରେ ନିର୍ଭର କରୁଥିବା ୩ ଗୋଟି ଜିଲ୍ଲାର ବାସିନ୍ଦା ସେମାନଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ।

କାରଣ ଉକ୍ତ ବଜାର ଅଂଚଳରେ ନା ଅଛି ଶୌଚାଳୟ,ନା ସ୍ଥାୟୀ ବିଶ୍ରାମାଗାର,ନା ସ୍ଥାୟୀ ବସଷ୍ଟାଣ୍ଡ । ବଜାରକୁ ଆସିଲେ ଲୋକମାନଙ୍କ ପାଇଁ କୌଣସି ଶୌଚାଳୟର ବନ୍ଦୋବସ୍ତ ଆଜିପର୍ଯ୍ୟନ୍ତ ହୋଇପାରିନାହିଁ । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଟିପୁର ଓ ବଡ଼ମହିଁଷଗୋଠ ପଂଚାୟତ ପକ୍ଷରୁ ବଜାର ଅଂଚଳରେ ୩ବର୍ଷ ହେବ ୨ଗୋଟି ଗୋଷ୍ଠି ପରିମଳ କେନ୍ଦ୍ର ନିର୍ମାଣ ହେଉଥିଲେ ସୁଦ୍ଧା ତାହା ବ୍ୟବହାର ଯୋଗ୍ୟ ହୋଇପାରିନାହଁ । ସେହିପରି କୌଣସି ସ୍ଥାୟୀ ବିଶ୍ରାମାଗାର ଆଜିପର୍ଯ୍ୟନ୍ତ ବଜାର ଅଂଚଳରେ ନିର୍ମାଣ ହୋଇନଥିବାରୁତ୍ତ୍‌ର୍ମାନ ବର୍ଷା ଦିନ ଚାଲୁଥିବାରୁ ଲୋକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟ ପକ୍ଷରେ ବଜାର ଅଂଚଳରେ ସ୍ଥାୟୀ ବସ୍‌ଷ୍ଠାଣ୍ଡ ଟିଏ ନଥିବାରୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ମଧ୍ୟ ସମସ୍ୟା ଉପୁଜୁଛି । ଏହା ଏକ ପ୍ରମୁଖ ବ୍ୟବସାୟୀକ ସ୍ଥଳୀ ହୋଇଥିବାରୁ ଶହଶହ ଗାଡ଼ି ଯିବା ଆସିବା କରୁଛନ୍ତି । କିନ୍ତୁ ଏହିପରି ସ୍ଥଳେ ଏଠାରେ କୌଣସି ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ଦିନକୁ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏହାକୁ ଦୃଷ୍ଟି ରେ ରଖି ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ବଜାରଠାରୁ ପାଖାପାଖି ୨କିମି ଦୂର ସ୍ଥାନୀୟ ଡ଼ାଏଟ ଛକ ଠାରେ ୨୦୧୯ ମସିହାରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପରବର୍ତ୍ତୀ ମୁହୁର୍ତ୍ତରେ ସାଂସଦ ଅନୁଦାନ ପାଣ୍ଠିରେ ଏହା ପୂର୍ଣ୍ଣାଙ୍ଗ ହୋଇଥିଲା । ମାତ୍ର ଆଜି ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏହି ବସ୍‌ଷ୍ଟାଣ୍ଡରେ ପୁରୁଷଣ୍ଢ ପଂଚାୟତ ପକ୍ଷରୁ ୩ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠି ପରିମଳ କେନ୍ଦ୍ର ଲୋକଙ୍କ ବ୍ୟବହାରରେ ଲାଗିବା ପରିବର୍ତ୍ତେ ବନ୍ଦ ହୋଇପଡ଼ିଛି । କେଣୁ ୩ଟି ଜିଲ୍ଲାର ସୀମାବର୍ତ୍ତିୀ ସ୍ଥାନରେ ଅବସ୍ଥିତ ଆଗରପଡ଼ା ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଉକ୍ତ ବଜାର ଉପରେ ନିର୍ଭର କରୁଥିବା ଜନସାଧାରଣଙ୍କ ପାଇଁ ସେମାନଙ୍କ ମୌଳିକ ସୁବିଧା ବିଭିନ୍ନ ବିଭାଗର ଅଧିକାରୀ ଯଥାଶୀଘ୍ର ଯୋଗାଇ ଦେବାପାଇଁ ଦାବି ହେଉଛି ।