Onn 3

ଓଡିଶା ମେଡିକାଲ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

State

ବାରିପଦା: ଓଡିଶା ମେଡିକାଲ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା, ବାରିପଦା ସଂଘ ଗୃହଠାରେ ଦୁଇଜଣ କର୍ମଚାରୀ ଚାକିରୀରୁ ଅବସର ଯୁଗ୍ମ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର ଏବଂ ପରମେଶ୍ୱର ମୁଖିଙ୍କୁ ସଂଘ ତରଫରୁ ଅବସର କାଳିନ ପୁଷ୍ପଗୁଚ୍ଛ ଏବଂ ଉତରୀ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ ବୈଠକରେ ରାଜ୍ୟ ଉପ-ସଭାପତି ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦେଓ, ଜିଲ୍ଲା ସମ୍ପାଦକ- ଶ୍ରୀ ସୁଶିଲ କୁମାର ସାହୁ. କୋଷାଧ୍ୟକ୍ଷ ସୁବୋଧ କୁମାର ଜେନା, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାର ସମ୍ପାଦକ ଶ୍ରୀ ମହେନ୍ଦ୍ର ପଲେଇ ତଥା ସଦର ଡାକ୍ତର ଖାନାର ସମସ୍ତ ସଭ୍ୟ, ସଭ୍ୟା କର୍ମକର୍ତା ମାନଙ୍କର ଉପସ୍ଥିତରେ ଦିଲ୍ଲୀପ କୁମାର ମିଶ୍ରଙ୍କୁ ଦୁଇ ବର୍ଷପାଇଁ ସର୍ବ ସମ୍ମତି କ୍ରମେ ସହ-ସମ୍ପାଦକ ନିଯୁକ୍ତି ପାଇଁ ସମସ୍ତ ସଭ୍ୟ ସଭ୍ୟା ପ୍ରସ୍ତାବ ଗ୍ରହଣ କରିଥିଲେ ।

ଏଥିରେ ବିଶ୍ୱଶଙ୍କର କଲିଆ, ଫୁକୁଲି ମୁଖି, ପ୍ରଭାସ କୁମାର ଦେ, ପ୍ରଭାସ ମହାଭୋଇ, ଅଜନ୍ତା ସାଠିଆ, ସୁଦର୍ଶନ ମିଶ୍ର, ଦେବାଶିଷ ବେହେରା, ପ୍ରଜ୍ଞାରାଣୀ ସାମନ୍ତରାୟ, ଲକ୍ଷ୍ମୀ ମହାନ୍ତ, ଦେବକୀ ଦାଶ, ଅକତର ଖାନ, ଶ୍ରୀମତି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।