Onn 3

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

State

ସମ୍ଵଲପୁର : ସାରା ଓଡ଼ିଶାରେ ମୌସୁମୀ ପ୍ରବେଶ କରିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଇନଫ୍ଲୋ ବୃଦ୍ଧି ପାଇଛି। ରବିବାର ଜଳସ୍ତର ୬୦୦.୪୫ ଫୁଟ ଥିବାବେଳେ ତାହା ଆଜି ବୃଦ୍ଧି ପାଇ ୬୦୧.୩୯ ଫୁଟରେ ପହଞ୍ଚିଛି। ପାଖାପାଖି ଜଳଭଣ୍ଡାରର ଜଳସ୍ତର ଗୋଟିଏ ଫୁଟ ବୃଦ୍ଧି ପାଇଛି।

ସୂଚନାନୁଯାୟୀ, ଇନଫ୍ଲୋ ବଢିବାରୁ ଜଳସ୍ତର ବୃଦ୍ଧି ପାଇଛି। ରବିବାର ଇନଫ୍ଲୋ ମାତ୍ର ୪୩୩୨ କ୍ୟୁସେକ ଥିବାବେଳେ ଆଜି ଇନଫ୍ଲୋ ବୃଦ୍ଧି ପାଇ ୪୪୨୪୫ କ୍ୟୁସେକରେ ପହଞ୍ଚିଛି। ଖାସ୍ କରି କଲମାର କିଛି ଗେଟ୍ ଓ କେଲୋର କିଛି ଗେଟ୍ ଖୋଲାଥିବା ବେଳେ ଉପମୁଣ୍ଡରେ ବର୍ଷା ମଧ୍ୟ ହୋଇଛି। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।