Onn 3

ବିଦ୍ୟାଳୟ ଖୋଲିଲା କିନ୍ତୁ ପରିବର୍ତ୍ତନ ହେଲାନି ରୂପରେଖ

State

ଆଗରପଡ଼ା: ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଯୋଜନା ମାଧ୍ୟମରେ ଉଚ୍ଚାକାଂକ୍ଷା ବିଦ୍ୟାଳୟମାନ ନିର୍ମାଣ କରୁଛନ୍ତି । ଏଥି ବାବଦରେ ଲକ୍ଷାଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । ଯଦ୍ୱାରା ବାହ୍ୟ ରୂପରେଖରେ ପରିବର୍ତ୍ତନ ଆସୁଛି କିନ୍ତୁ ବଦଳି ପାରୁନି ଏହାର ପ୍ରକୃଷ୍ଟ ତ୍ତଭିତ୍ତି ଭୂମି । କାରଣ ଏଥିରେ ପ୍ରତିବନ୍ଧକ ସାଜିଛି ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ । ଦୀପ ତଳ ଅନ୍ଧାର ପରି ବନ୍ତ ବ୍ଲକ ପାଖରେ ଅବସ୍ଥିତ ବନ୍ତ ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକ ରାସ୍ତା ନିର୍ମାଣ ହୋଇପାରିନଥିବାରୁ ଛାତ୍ରଛାତ୍ରୀ ମାନେ ସୁଖପ୍ରଦ ଯାତାୟତରେ ସମସ୍ୟା ସାଜିଛି । କିଛି ମାସ ତଳେ କାଳବୈଶାଖୀ ପ୍ରଭାବରେ ଉକ୍ତ ବିଦ୍ୟାଳୟର ଆଜବେଷ୍ଟସ ଉଡ଼ି ଯାଇ ଥିବା ବେଳେ ତାହାର ମରାମତି ବିଦ୍ୟାଳୟ ଖୋଲିଲା କିନ୍ତୁ ହୋଇ ପାରିଲା ନାହିଁ । । ଯଦ୍ୱାରା ଉକ୍ତ ଶ୍ରେଣୀ ଗୃହ ପଢା ଉପଯୋଗୀ ହୋଇ ପାରୁନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ବିଦ୍ୟାଳୟର ୫-ଟି ରୂପାନ୍ତରଣ ପାଇଁ ୩୮ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

୫-ଟିରେ ରୂପାନ୍ତରିତ ହେବାପରେ ଉଦ୍‌ଘାଟନକୁ ଏକ ବର୍ଷ ବିତିବାକୁ ବସିଥିବା ବେଳେ ୫୩ନଂ ରାଜପଥ ନିକଟରୁ ଉକ୍ତ ବିଦ୍ୟାଳୟକୁ ଥିବା ମୁଖ୍ୟ ଫାଟକ ସୁନ୍ଦର ଭାବରେ ନିର୍ମାଣ ହୋଇଥିଲେ ମଧ୍ୟ ରାସ୍ତା ପାଖରେ ଥିବା ପାଣିନାଳ ଉପରେ ପକ୍କା ପୋଲ ଅଦ୍ୟାବଧି ନିର୍ମାଣ ହୋଇନି । ଯଦ୍ୱାରା ଉକ୍ତ ଫାଟକ ଦେଇ ଯାତାୟତ ହୋଇପାରୁନି । ଅନ୍ୟପକ୍ଷରେ ଉକ୍ତ ଡ୍ରେନ ପାଖରେ ପାଚେରି ନିର୍ମାଣ ହୋଇ ନଥିବାରୁ ବର୍ଷା ଜଳ ବିଦ୍ୟାଳୟ ରାସ୍ତାକୁ ପଶି ବିଦ୍ୟାଳୟ ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି । ଖେଳପଡ଼ିଆର ଅବସ୍ଥା ରେ ମଧ୍ୟ ପରିବର୍ତନ ହୋଇନି । ଅନ୍ୟପକ୍ଷରେ ଆଉ କିଛି ଦିନପରେ ବିଦ୍ୟାଳୟ ଖୋଲିବାର ଥିବାରୁ ବିଦ୍ୟାଳୟର ହଲ ଗୃହର ଆଜବେଷ୍ଟ ପବନରେ ସଂପୁର୍ଣ୍ଣ ଉଡ଼ି ତାହା ନଷ୍ଟ ହୋଇଯାଇଥିବାରୁ ଏହାକୁ ଯଥାଶୀଘ୍ର ମରାମତି ପାଇଁ ଦାବି ହେଇଛି । ଉକ୍ତ ବିଦ୍ୟାଳୟ ମଧ୍ୟ ସଦର ମହକୁମାର ଅବସ୍ଥିତ ଥିବାରୁ ଉକ୍ତ ବିଦ୍ୟାଳୟରେ ବିଭିନ୍ନ ସରକାରୀ କାର୍ଯ୍ୟ ସଂପାଦନ ସହ ପ୍ରତିବର୍ଷ ଉକ୍ତ ବିଦ୍ୟାଳୟ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ବିଦ୍ୟାଳୟର ନାନାବିଧ ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଏହି ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଜଣାଇ ଥିବାର ପ୍ରକାଶ କରିଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ଖୋଲି ଯାଇଥିବାରୁ ଉକ୍ତ ୫-ଟି ରୂପାନ୍ତରିତ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।