Onn 3

ମହିଳା ସ୍ୱୟଂ ସହାୟିକା ଙ୍କୁ ସିଲେଇ ତାଲିମ

State

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ସ୍ଥିତ ଗଣ୍ଡହାତୀ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ନାବାର୍ଡ ଓ ଆର କୀସ ଏସ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ 35 ଜଣ ମହିଳା ଭାଗ ନେଇ ସିଲେଇ ଶିକ୍ଷା ଗ୍ରହଣ କରିଥିଲେ।ଅନ୍ତିମ ଦିବସ ରେ ନାବାର୍ଡ ଅଧିକାରୀ ପ୍ରତୀକ ପଣ୍ଡା ଏଲ ଡି ଏମ୍ ମହେଶ୍ବର ମଣ୍ଡଳ, ସରପଞ୍ଚ ଜ୍ୟୋହ୍ନ। ରାଣୀ ମଣ୍ଡଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ।

ପ୍ରଥମେ ଏହି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଲକ୍ଷ୍ମୀ କାନ୍ତ ପଣ୍ଡା ସୂଚନା ଦେଇଥିଲେ। ତାଲିମ ଦାତା ଭାବେ ସ୍ମିତା ରାଣୀ ବୀର ଡି ଏସ ସି ଏହି 35 ଜଣ ମହିଳା ମାନଙ୍କୁ ତାଲିମ ଦେଇଥିଲେ।ଏହି ସିଲେଇ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇ ଥିଲା। 15 ଦିନିଆ ଡ୍ରେସ ଡିଯାଇନର ସିଲେଇ ଶିକ୍ଷା ମହିଳା ଙ୍କ ପାଇଁ ଏକ ଆର୍ଥିକ ରୋଜଗାର ପନ୍ଥା ବଢ଼ାଇ ଜୀବନ ଜୀବିକା ରେ ପରିବର୍ତ୍ତନ ଆଣିବା ପାଇଁ ଏକ ମାଧ୍ୟମ ବୋଲି ଅତିଥି ମାନେ କହିଥିଲେ।ଏବଂ ଆର କେ ଏସ ଏସ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା।ଏହା ପରେ ସୁଶ୍ରୀ ନୀଳ ବେଣୀ ଭାଣ୍ଡି ଏମ୍ ବି କେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।