ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ଅବସରରେ ଭକ୍ତଜନଙ୍କୁ ଜଳ ଦାନ କଲେ ନାରାୟଣ ସେବା ଟ୍ରଷ୍ଟର ସଦସ୍ୟ I ଅମ୍ବିକା ମନ୍ଦିର ନିକଟରେ ଟ୍ରଷ୍ଟ ତରଫରୁ ଏକ ଜଳଛତ୍ର କରାଯାଇ ପହଣ୍ଡି ସହ ଦୁଇ ଦିନ ଧରି ସଦସ୍ୟ ମାନେ ରଥଟଣାରେ ଭକ୍ତଜନଙ୍କୁ ଥଣ୍ଡା ପାନୀୟ ଜଳ, ଲେମ୍ବୁ ଓ ଦହି ସରବତ ପ୍ରଦାନ କରିଥିଲେ I ହଜାର ହଜାର ଭକ୍ତ ପ୍ରବଳ ଗୁଳୁଗୁଳିରେ ଏହି ପାନୀୟ ଦ୍ରବ୍ୟ ପାନ କରି ବେଶ ଆତ୍ମସନ୍ତୋଷ ଲାଭ କରୁଥିବାର ଦେଖାଯାଇଥିଲା I ପ୍ରତ୍ୟେକ ଦିନ ପୂର୍ବାହ୍ନ 10 ଟାରୁ ରାତି 10 ଟା ପର୍ଯ୍ୟନ୍ତ ସଦସ୍ୟମାନେ ଉପସ୍ଥିତ ରହି ଜଳ ଦାନ କରୁଥିଲେ ବୋଲି ଟ୍ରଷ୍ଟର ସଭାପତି ନିରୋଜ କୁମାର ପୋଥାଳ ଜଣାଇଛନ୍ତି I ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଜଳଛତ୍ର କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ I
ଅନ୍ୟ ମାନଙ୍କ ମଧ୍ୟରେ ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକ, ସମାଜସେଵୀ ସୋମନାଥ ସିଂହ, ଦୀପକ କୁମାର ମିଶ୍ର, ମୀନକେତନ ବେହେରା, ବିମ୍ବାଧର ସାହୁ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ଇନ୍ଦ୍ରଜିତ ମହାନ୍ତ, ରବୀନ୍ଦ୍ର ନାଥ ଦାସ, ରଞ୍ଜିତ ଦାସ, ଜଗତ କୁମାର ସିଂ, ଧୃବେନ୍ଦ୍ର ଦାସ, ମାନସ ବାଗ, ସର୍ଦ୍ଦାର ହରି ଚରଣ ସିଂହ, ବୀର କିଶୋର କୁଅଁରବାବୁ, ଆୟୁଷ ତ୍ରିପାଠୀ, ଆଶୁତୋଷ ତ୍ରିପାଠୀ, ରାଜଲକ୍ଷ୍ମୀ ମିଶ୍ର, ବିଜୟଲକ୍ଷ୍ମୀ ନାୟକ, ସୁଚିତ୍ରା ମହାନ୍ତି, ମାନୀ ଗିରି, ଭାସ୍ବତୀ ପଣ୍ଡା, ତପସ୍ୱିନୀ ପଣ୍ଡା, ସସ୍ମିତା ମହାନ୍ତି, ସୁମିତା ଚୌବେ ଓ ମମତାଜ ପରବିନ ପ୍ରମୁଖ ଉପସ୍ଥିତ ଥିଲେ I