Onn 3

ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ସେବାୟତଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

State

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଆଜି ଗଜପତି ପ୍ରେସ କ୍ଲବ ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ଗତ ମଙ୍ଗଳବାର ୨୦ ତାରିଖ ଦିନ ପୁରୀରେ ନ୍ୟୁଜ ୭ର ଦୁଇଜଣ ସାମ୍ବାଦିକ ରଥଯାତ୍ରା ର ଖବର ସଂଗ୍ରହ ସମୟରେ ପୁରୀ ମନ୍ଦିର ସେବାୟତଙ୍କ କିଛି ମନମୁଖୀ କାରବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ପୁରୀ ବ୍ୟୁରୋ ଚିତ୍ତରଞ୍ଜନ ମହାନ୍ତି ଓ ପୁରୀ ପ୍ରତିନିଧି ଚନ୍ଦ୍ରଶେଖର ପାତ୍ର ଖବର ସଂଗ୍ରହ କରୁଥିବା ସମୟରେ ସେବାୟତଙ୍କ କଳା କାରନାମା କାଳେ ଦାଣ୍ଡରେ ପଡିବ ବୋଲି ଭାବି ଦୁଇ ଜଣ ସେବାୟତ ହଠାତ ଉତକ୍ଷିପ୍ତ ହୋଇ ଖବର ସଂଗ୍ରହ କରୁଥିବା ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।

ଯାହାକୁ ନେଇ ଆଜି ଗଜପତି ପ୍ରେସ କ୍ଲବ ଏହି ପରି ଅମାନୁଷିକ କାର୍ଯ୍ୟ କଳାପକୁ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟ ନୁଷ୍ଠାନ ନେବା ପାଇଁ ଦାବି କରା ଯାଇଛି । ଏଥି ସହ ଆଜି ଗଜପତି ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ଙ୍କ ନେତୃତ୍ବରେ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର ଏବଂ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପାତ୍ର ପ୍ରଦାନ କରିଛନ୍ତି ।