Onn 3

ଆଗୁଆ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା

State

ଭୁବନେଶ୍ୱର: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । 9 ଟି ଜିଲା ପାଇଁ ଭିଭିପାଟ ବି ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ହେବ ଯାଞ୍ଚ । ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉଛି ।

ଏଥିସହିତ ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ର ନିର୍ବାଚନ କମିଶନ ତଥା ଇସିଆଇ ଅଧିକାରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ  କମିଶନନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

ସିଇଓଙ୍କ ଏପରି ସୂଚନା ଆଗୁଆ ନିର୍ବାଚନ ସମ୍ଭାବନାକୁ ଆହୁରି ବଢାଇ ଦେଇଛି । ତେବେ ସିଇଓ ଏହା ମଧ୍ୟ କହିଛନ୍ତି ଯେ ଏହା ନିର୍ବାଚନ ପୂର୍ବର ଏକ ପ୍ରକ୍ରିୟା  ।  ଆଗୁଆ ନିର୍ବାଚନ ନେଇ ଏହାର କୌଣସି ସମ୍ପର୍କ ନଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରୁ ଆଗୁଆ ନିର୍ବାଚନ ସମ୍ଭାବନା ନେଇ ଅନୁମାନ କରଯାଉଥିଲା । ଗତ ୨ ମାସ ଧରି ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ଯେମିତି ମୋ ଘର ଯୋଜନା, ମିଶନ ଶକ୍ତ ସ୍କୁଟି ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶା, ନୂଆ( ନୂତନ, ଉନ୍ନତ ଅଭିଳାଷା) ଓଡ଼ିଶା ପରି ସ୍କିମ ଲଞ୍ଚ କରିଛନ୍ତି । ସେହିପରି ରାଜ୍ୟର ୪୩୭୨ ଅଣ ବ୍ୟାଙ୍କିଂ ଅଞ୍ଚଳରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତବ ଅନୁମୋଦ କରାଯାଇଛି ।

ପୂର୍ବରୁ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆଗୁଆ ବିଧାନସଭା ନିର୍ବାଚନ ହେଲେ ତାହା ବିଜେଡି ସପକ୍ଷରେ ଯିବ ବୋଲି କହିଛନ୍ତି ।