Re

ବ୍ୟକ୍ତିତ୍ୱ ବିକାଶ ଶିବିର ‘ଜାଗୃତି ‘ ପାଇଁ ପ୍ରସ୍ତୁତି ବୈଠକ

State

“ପିଲାଙ୍କ ଭିତରେ ଅମାପ ଶକ୍ତି ଓ ସାର୍ମଥ୍ୟ ଅଛି କେବଳ ଉତ୍ତମ ମାର୍ଗଦର୍ଶକଙ୍କ ଅଭାବ” :- ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ

ବାରିପଦା: ପ୍ରତ୍ୟେକ ଶିଶୁ ଭିତରେ ଅମାପ ଶକ୍ତି ଓ ସାର୍ମଥ୍ୟ ଲୁଚି ରହିଛି l ହେଲେ ସେହି ଲୁକ୍କାୟିତ ଶକ୍ତିକୁ ଚିନ୍ହି ତାକୁ ବିକଶିତ କରିବାର ମାର୍ଗ ଦର୍ଶକଙ୍କ ଅଭାବ ରହିଛି l ସମସ୍ତେ ଜଣେ ଜଣେ ଉତ୍ତମ ମାର୍ଗ ଦର୍ଶକ ହୋଇ ଶିକ୍ଷା ଓ ସଂସ୍କାର ଦ୍ୱାରା ତାଙ୍କ ଜୀବନରେ ଜ୍ଞାନର ପ୍ରଦୀପ ଟିଏ ଜାଳିବାର ପ୍ରୟାସ କରିବା ଉଚିତ l ପିଲାମାନଙ୍କୁ ଆମ ସଂସ୍କାର ଓ ସଂସ୍କୃତି ବିଷୟ ଅବଗତ କରାଇବାକୁ ପଡିବ l ସେଥିପାଇଁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଆସନ୍ତା 14 ତାରିଖ ରୁ 16 ପ୍ରଯ୍ୟନ୍ତ ଷଷ୍ଠ ରୁ ଦଶମ ଶ୍ରେଣୀ ପଢୁଥିବା ପିଲାମାନଙ୍କ ପାଇଁ 16 ତମ ବ୍ୟକ୍ତିତ୍ୱ ବିକାଶ ଶିବିର – ‘ଜାଗୃତି ‘ ସ୍ଥାନୀୟ ମଧୁବନସ୍ଥିତ ଚିନ୍ମୟ ମିଶନରେ ଅନୁଷ୍ଠିତ ହେବ l ଯେଉଁଠି ଯୋଗ, ଧ୍ୟାନ, ନୈତିକ ଶିକ୍ଷା, ବିଭିନ୍ନ ପ୍ରତିଯୋଗିତା , ନାଟକ, ଗୀତା ଆବୃତ୍ତି, ମାତୃପୂଜା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବିକାଶର ପ୍ରୟାସ କରାଯାଇଥାଏ l

ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଚିନ୍ମୟ ମିଶନ ବାଲେଶ୍ୱରର ଆଚାର୍ଯ୍ୟ ଅଗସ୍ତ୍ୟ ଚୈତନ୍ୟ ଓ ଚିନ୍ମୟ ମିଶନ ରାଉଲକେଲାରେ ଆଚାର୍ଯ୍ୟା ବ୍ରହ୍ମଚାରୀଣୀ ପ୍ରତିଭା ଚୈତନ୍ୟ, ଯୋଗଗୁରୁ ରାକେଶ ମହାନ୍ତ ପ୍ରମୁଖ ଶିବିର ଯୋଗଦେଇ ପରିଚାଳନା କରିବେ l
ଉକ୍ତ ଶିବିର ପାଇଁ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମଠାରେ ଚିନ୍ମୟ ମିଶନ ବାରିପଦା ର ସଭାପତି ବିଜୟ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚିନ୍ମୟ ମିଶନର ସମ୍ପାଦକ ଅଜିତ ବେହେରା ସ୍ୱାଗତ ଭାଷଣ ଦେବା ସହିତ ଶିବିରର କାର୍ଯ୍ୟକ୍ରମ ବିଷୟରେ ସମସ୍ତ ସୂଚନା ପ୍ରଦାନ କରିଥିଲେ କୋଷାଧକ୍ଷ ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କାର୍ଯ୍ୟକତା ଉପସ୍ଥିତ ଥିବାବେଳେ ତନ୍ମଧ୍ୟରୁ ଡ଼ା ପ୍ରାଣକୃଷ୍ଣ ବେହେରା, ସତ୍ୟବ୍ରତ ମହାନ୍ତି, ହୃଦାନନ୍ଦ ଆଚାର୍ଯ୍ୟ, ଶାନ୍ତିଲତା ସିଂ, ତପନ ପଟ୍ଟନାୟକ, ବିବେକାନନ୍ଦ ଦାସ, ଲଷ୍ମୀ ପାଣି, କମଳିନୀ ଷଡ଼ଙ୍ଗୀ, ସୁରାତିବଳା ଦାସ, ଡଲିନା ମହାନ୍ତି, ବିଷ୍ନୁପଦ ବେରା, ଜୟନ୍ତୀ ଲେଙ୍କା, ଶ୍ରୀଧର ପରିଡା, ପଲକ ମିଶ୍ର, ରସାନନ୍ଦ ସିଂ, ଲୁନା ଭଞ୍ଜ,ସବ୍ୟସାଚୀ ପଲେଇ, ଶକୁନ୍ତଳା ପାଲ, ପଙ୍କଜିନୀ ଦାଶ, ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ l