Onn 3

ଓଡ଼ିଶା ସରକାରୀ ଆଉଟ ସୋରସିଂ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରୁ ଓଡ଼ିଶା ସରକାରୀ ଆଉଟ ସର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଉଟ ସର୍ସିଙ୍ଗ କର୍ମଚାରୀ ମହାସଂଘ ଗଜପତି ଶାଖାର ସଭାପତି ରାଜୀବ ପାଢ଼ୀଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଆଉଟ ସର୍ସିଙ୍ଗ ଶତାଧିକ କର୍ମଚାରୀ ଏକତ୍ରିତ ହୋଇ ବିଭିନ୍ନ ନାରା ବାଜୀ ଦେଇ ଓ ପ୍ଲାକେଟ ଧରି ବାର ଦଫା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ 12 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବୀ ଗୁଡିକ ହେଲା ସମାନ କାମକୁ ସମାନ ଦରମା,ସ୍ଥାୟୀ ନିର୍ଯୁକ୍ତି, ଛଟେଇ କର୍ମଚାରୀ ଙ୍କୁ ତୁରନ୍ତ ନିର୍ଯୁକ୍ତି ଏହିଭଳି ବିଭିନ୍ନ ଦାବୀ ସହ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।