Onn 3

ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଙ୍କ ଓଭର୍ଶାଇଟ କତୃପକ୍ଷ ଜଷ୍ଟିସ ଏ କେ ପଟ୍ଟନାୟକଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା ବୈଠକ

State

ବାରିପଦା: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓମ୍ବାଡସି ର ଓଭର୍ଶାଇଟ କତୃପକ୍ଷ ଜଷ୍ଟିସ ଏ କେ ପଟ୍ଟନାୟକଙ୍କ ଦ୍ଵାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ଭିନିତ୍ ଭରଦ୍ୱାଜ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଙ୍କ ଅଧୀନରେ ଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଏବଂ ସ୍ଥିତିକୁ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପ ମଧ୍ୟରେ ବିଶେଷ କରି ମେଗା ପାନୀୟଜଳ ଯୋଗାଣ, ଜିଲ୍ଲାର ଶିକ୍ଷା ବ୍ୟବସ୍ଥା, ସ୍ଵାସ୍ଥ୍ୟ, ଦୁର୍ଗମ ଅଞ୍ଚଳର ଗମନାଗମନ, ବିଦ୍ୟୁତ୍ ଯୋଗାଣ ଏବଂ ଜୀବନ ଜୀବିକା ଆଦି ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

“ଜିଲ୍ଲାର ସମସ୍ତ ଅପହଞ୍ଚ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ମୁଖ୍ୟତଃ ବାଇକ୍ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, 5T ରେ ଅନ୍ତର୍ଭୁକ୍ତ ସମସ୍ତ ବିଦ୍ୟାଳୟର ସାମଗ୍ରିକ ବିକାଶ ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ |

ଏତଦବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳକୁ ଟେଲିଫୋନ ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକଳ୍ପ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସାରିବା ପରେ ମାନନୀୟ ଜଷ୍ଟିସ ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ବିଭିନ୍ନ ପ୍ରକଳ୍ପର ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ର ଅଗ୍ରଗତି ନିମନ୍ତେ ଆଗାମୀ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିଲେ |

ସେହିପରି, ମାନନୀୟ ଜଷ୍ଟିସ ଶ୍ରୀ ପଟ୍ଟନାୟକ ସମସ୍ତ ଅଧିକାରୀ ତଥା ଓମ୍ବାଡସି ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ମୟୂରଭଞ୍ଜ ର ଉନ୍ନତିମୂଳକ ବିକାଶ ଧାରାରେ ଯୁଗାନ୍ତକାରୀ ପରିବର୍ତନ ଆଣିବା ସହ ସମସ୍ତ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ombadc ରୁ ମଞ୍ଜୁର ହେଉଥିବା ଅର୍ଥ କୁ ତୁରନ୍ତ ବିନିଯୋଗ କରି ସମ୍ପୃକ୍ତ ପ୍ରକଳ୍ପ କାର୍ଯ୍ୟକୁ ନିର୍ଧାରିତ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ |

ସୂଚନା ଥାଉକି ଏହି ବୈଠକ ପୂର୍ବରୁ ମାନନୀୟ ଜଷ୍ଟିସ ଶ୍ରୀ ପଟ୍ଟନାୟକ ବାରିପଦା ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ୨୪ ରେ ଥିବା ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଆଣ୍ଡ ମିନି ଟୁଲ ରୁମ୍, ଟି ଟି ଆଇ ପରିଭ୍ରମଣ ରେ ଯାଇ, ସେଠାକାର ସ୍ଥିତି ସମିକ୍ଷା କରିଥିଲେ। ଏହା ସହିତ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ୨୫ ରେ ଥିବା ୨୪ ଘଣ୍ଟିଆ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ସ୍ଥିତି ବିଷୟରେ ଅନୁଧ୍ୟାନ କରିଥିଲେ।

ଆଜିର ଅନୁଷ୍ଠିତ ସମୀକ୍ଷା ବୈଠକ ରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ନଇମୁଦିନ, (ଭା ରା  ସେ ) (ରିଟାୟାର୍ଡ) (ଓ ଏସ ଡି-୧), ଶ୍ରୀ ଦିପାୟନ୍ ପଟ୍ଟନାୟକ, ଇ ଆଇ ସି, ଜଳ ସମ୍ପଦ ବିଭାଗ (ରିଟାୟାର୍ଡ), (ଓ ଏସ ଡି-୨), ଶ୍ରୀ ଜି | ରଘୁ (ଆଇ  ଏଫ୍  ଏସ), ସି ଇ ଓ, ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଶ୍ରୀ ସୁଧାକର ବୁର୍ଗି, (ଭା ପ୍ର ସେ ), ଜେନେରାଲ ମ୍ୟାନେଜର (ପ୍ରଶାସନିକ), ଶ୍ରୀ ଜୟନ୍ତ କୁମାର ଦାସ (ଆଇଏଫ୍ ଏସ), ଜେନେରାଲ ମ୍ୟାନେଜର (ଅପରେସନ), ଶ୍ରୀ ଅମ୍ବୁଜ ପ୍ରସାଦ, ଷ୍ଟେଟ ପି ଏମ ୟୁ (ଟିମ୍ ଲିଡର), ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୌଲତ ଚନ୍ଦ୍ର କାର ପ୍ରମୁଖ ଯୋଗ ଦେଇଥବା ବେଳେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ମାନେ ସଭାରେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ |