Onn 3

ଶିମିଳିପାଳ ସୁରକ୍ଷା ପ୍ରସଙ୍ଗ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

State

ବାରିପଦା: ବର୍ତମାନ ର ରକ୍ତ ରଞ୍ଜିତ ଶିମିଳିପାଳ କୁ ତାର ପୂର୍ବ ହୃତଗୌରବ ଫେରାଇଆଣିବା ର ଲକ୍ଷ୍ୟ ନେଇ ଆଜି ଯଶିପୁର ଗସ୍ତ ରେ ଆସିଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀମ ଅମାତ ଙ୍କୁ ଭେଟି ମୟୁରଭଞ୍ଜ ର ଏକମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ପନ୍ଦର ଦିନର ସମୟ ସୀମା ଦେଇ ଏକ ଆଠ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା |ପାଞ୍ଚପିଢ଼ ଉପଖଣ୍ଡ ଶାଖା ସଭାପତି ଦକ୍ଷିଣା ମହାନ୍ତ, ଯୁବ ସଂଗଠକ ମାଇକେଲ ମହାନ୍ତ, ଯଯାତି ସାହୁ, ଦୟତାରୀ ମହାନ୍ତ, କାବୁଲୁ ସାମାଡ଼ ପ୍ରମୁଖ ଆଜି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ପନ୍ଦର ଦିନ ସମୟ ସୀମା ମଧ୍ୟରେ ଶିମିଳିପାଳ ରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକ୍ରମ ସଂମ୍ପୂର୍ଣ୍ଣ ଭାବେ ରୋକାଯିବା ସହିତ ଦାବୀ ଗୁଡିକୁ ପୂରଣ କରିବା ସକାଶେ ସରକାର ତତ୍ପରତା ପ୍ରକାଶ ନ କରନ୍ତି, ତେବେ ଆସନ୍ତା ଜୁଲାଇ ମାସ ୬ ତାରିଖ(ଗୁରୁବାର) ଦିନ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ କରାଯିବ ବୋଲି ସଂଗଠନ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାପ ଜଣାଇଛନ୍ତି ବୋଲି ଭଞ୍ଜସେନା ମୁଖାପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ବହନ କରୁଥିବା ଶିମିଳିପାଳ ଅଭୟାରଣ୍ୟ ଏବେ ସମ୍ପୂର୍ଣ ଅସୁରକ୍ଷିତ ହୋଇ ପଡିଛି। ଶିକାରୀ ଓ କାଠ ମାଫିଆଙ୍କ ଦୌରାତ୍ମ୍ୟ ବୄଦ୍ଧି ପାଇବାରୁ ବନକର୍ମଚାରୀମାନେ ଆତଙ୍କିତ ହୋଇ ପଡିଛନ୍ତି ।

ଯାହାର ନଗ୍ନଚିତ୍ର ସ୍ବରୂପ ଗତ ମଇ ମାସ ୨୨ ତାରିଖରେ ଅଭୟାରଣ୍ୟ ଭିତରେ ଶିକାରୀ ମାନଙ୍କ ଗୁଳୁମାଡରେ ବନରକ୍ଷୀ ବିମଲ ଜେନା ଶହିଦ ହୋଇଥିଲେ। ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଶିକାରୀ ମାନଙ୍କ ଗୁଳିମାଡରେ ଆଉ ଜଣେ ଫରେଷ୍ଟର ମାତି ହାଁସଦାଃ ଶହିଦ ହୋଇଛନ୍ତି। ଅଶାନ୍ତ ହୋଇ ପଡିଥିବା ଶିମିଳିପାଳର ସୁରକ୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ଯୁବଛାତ୍ର ସଂଗଠନ “ଭଞ୍ଜସେନା” ପକ୍ଷରୁ ବାରମ୍ବାର ସ୍ବର ଉତ୍ତୋଳନ କରି ଆସିଛି। ଜିଲ୍ଲା ପ୍ରଶାସନ, ବନ ବିଭାଗ ଠାରୁ ଆରମ୍ଭ କରି ସମସ୍ତଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସିଛି। କିନ୍ତୁ ଏ ଦିଗରେ କେହି କର୍ଣ୍ଣପାତ ନ କରିବା ଅତ୍ୟନ୍ତ ପରିତାପ ଓ ଦୁଃଖର ବିଷୟ।

ଓଡିଶାର ଜଙ୍ଗଲ ମନ୍ତ୍ରୀ ଭାବେ ଆମେ ଆପଣଙ୍କ ନିକଟରେ କିପରି ଭାବେ ଆମ ଜିଲାର ପରିଚୟ ଶିମିଳିପାଳ ପୂର୍ବ ଗୌରବ ଓ ଗାରିମାକୁ ବଜାୟ ରଖିବା ନେଇ ନିମ୍ନଲିଖିତ ପ୍ରସ୍ତାବ ରଖୁଅଛୁ |
(1) ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଜନଶୂନ୍ୟ କରି ବିସ୍ଥାପିତଙ୍କୁ ଥଇଥାନ ପୂର୍ବକ ରୋଜଗାର ପନ୍ଥା ଯୋଗାଇ ଦିଆଯାଉ |
(2) ସ୍ବତନ୍ତ୍ର ସୁରକ୍ଷା ବାହିନୀ ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷା ପ୍ରଦାନ କରାଯାଉ ।
(3) ସୁରକ୍ଷା ଦୃଷ୍ଟି କୋଣରୁ ଲୁଲୁଙ୍ଗ ଫରେଷ୍ଟ ଗେଟ ପରେ ଥିବା ଅରଣ୍ୟ ନିବାସ ପରି ଅନ୍ୟାନ୍ୟ ରିସର୍ଟ ଗୁଡିକୁ ସଂମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ |
(4) ଇନଚାର୍ଜ ରେଞ୍ଜର ବଦଳରେ ସ୍ଥାୟୀ ରେଞ୍ଜର ସହ ଖାଲି ପଡିଥିବା ପଦବୀରେ ନିଯୁକ୍ତି ପ୍ରଦାନ କରାଯାଉ
(5) ଶିମିଳିପାଳ ବନ୍ୟ କର୍ମଚାରୀଙ୍କୁ ଶ୍ରମିକ କାମରେ ନିୟୋଜିତ ନକରି ପେଟ୍ରୋଲିଙ୍ଗ ଦାୟିତ୍ୱରେ ଲଗାଯାଉ |
(6)ଶିମିଳିପାଳରେ ହେଉଥିବା କାର୍ଯ୍ୟ ବନ୍ୟ ବିଭାଗ ଅଧିକାରୀଙ୍କୁ ନଦେଇ ଅନ୍ୟ ସରକାରୀ ଏଜେନ୍ସୀ ଦ୍ୱାରା ସମ୍ପାଦିତ କରାଯାଉ ।
(7)ଶିମିଳିପାଳ ଅଭୟାରଣ୍ୟ ର ବାହାରେ ଲାଗି ରହିଥିବା ଗ୍ରାମଗୁଡିକରୁ ବରିଷ୍ଠ ତଥା ଅଭିଜ୍ଞ ଲୋକଙ୍କୁ ନେଇ ଶିମିଳିପାଳ ସୁରକ୍ଷା ସଚେତନତା କମିଟି ଗଠନ କରାଯାଉ
(8)ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ମାନେ ନିଜେ ଏସି ରୁମ ରେ ବସି ତଳିଆ କର୍ମଚାରୀ ଙ୍କୁ ବିନା ସୁରକ୍ଷାରେ ପେଟ୍ରୋଲିଂ ପାଇଁ ପଠାଉଛନ୍ତି, ଏଣୁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜଙ୍ଗଲ ପରିଭ୍ରମଣ କରିବା ପାଇଁ ଆଦେଶ ପ୍ରଦାନ କରାଯିବା କୁ ଅନୁରୋଧ କରିବା ସହିତ ଆଗାମୀ ପନ୍ଦର (15) ଦିନ ମଧରେ ଏ ଦିଗରେ ପଦକ୍ଷେପ ନେଇ ସବୁଜିମା ଭରା ପ୍ରକୄତିର ଲକ୍ଷ୍ମୀ ଭଣ୍ଡାରକୁ ସୁରକ୍ଷା ପ୍ରଦାନ କଲେ ଜିଲାବାସୀ ଚିର ଉପକୃତ ହେବେବୋଲି ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଅଛି ।