Onn 3

ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

State

ବାରିପଦା: ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ଓଡିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି I ସମସ୍ତ ବର୍ଗର ଶିକ୍ଷକ ମାନଙ୍କର ପଦନ୍ନୋତି ମେ ମାସ 31 ତାରିଖ ସୁଦ୍ଧା ଶେଷ କରିବା ପାଇଁ ସରକାରଙ୍କର ନିର୍ଦ୍ଦେଶ ଥିବା ସତ୍ୱେ ମୟୁରଭଞ୍ଜ ଜିଲ୍ଲାରେ ଏହା ହୋଇ ପାରିନାହିଁ ବୋଲି ନେତୃବୃନ୍ଦ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ତତସହିତ 2011 ମସିହା ଫେବୃୟାରୀ 11 ତାରିଖ ପୂର୍ବରୁ ଚାକିରୀରେ ଯୋଗଦେଇଥିବା ସ୍ନାତକ ଡିଗ୍ରୀ ଶିକ୍ଷକଙ୍କୁ ଓ ଟି ଇ ଟି – 2 ପରୀକ୍ଷା ଦେବା ସକାଶେ ବାଧ୍ୟତାମୂଳକ ନ କରିବା ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ I

ଠିକା ଉଛେଦ ସହ ଶିକ୍ଷକ ମାନଙ୍କର 6 ବର୍ଷର ଠିକା କାର୍ଯ୍ୟକାଳକୁ ନିୟମିତ କରି 6 ଟି ଇନ୍କ୍ରିମେଣ୍ଟ ପ୍ରଦାନ ଓ 2800 ଗ୍ରେଡ଼ପେ ଲାଗୁ କରିବାକୁ ଦାବି କରାଯାଇଥିଲା I ମାନ୍ୟବର ମନ୍ତ୍ରୀ ତୁରନ୍ତ ଏ ବାବଦରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ I ବରିଷ୍ଠ ଶିକ୍ଷକ ନେତା ସୋମନାଥ ସିଂହ ଓ ଶ୍ୟାମଲ କୁମାର ମହାନ୍ତିଙ୍କ ସମେତ ସମିତିର ସଂଯୋଜକ ହରେକୃଷ୍ଣ ବାରିକ, ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ, ଯୁବ ଶିକ୍ଷକ ନେତା ସିଦ୍ଧେଶ୍ୱର ମିଶ୍ର ଓ ପ୍ରଦୀପ ନାଥ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀଙ୍କ ଆଲୋଚନା କରିଥିଲେ I