Image 1712131234

ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର

Politics State

ଭୁବନେଶ୍ୱର: ପଦ୍ମ ଛାଡି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର । ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଲେ ଭୃଗୁ । ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ । ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ।

୨୦୧୯ରେ ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ଭୃଗୁ । ହେଲେ ନିର୍ବାଚନରେ ପରାସ୍ତ ହୋଇଥିଲେ । ତେବେ ୨୦୨୪ ନିର୍ବାଚନ ପାଇଁ ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ଯାହାକୁ ନେଇ ସେ ବେଶ ଅସନ୍ତୁଷ୍ଟ ଥିବାବେଳେ ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିଲେ ।