Onn 3

ପିତୃ ଦିବସ ଅବସରରେ କୁର୍ଲୁଣ୍ଡା ଗ୍ରାମରେ ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

State

ଗଜପତି: ବାଲ ମୁକୁନ୍ଦ କେନ୍ଦ୍ରର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ସକାଳୁ ବାଲ ମୁକୁନ୍ଦ କେନ୍ଦ୍ର ତଥା ସ୍ଥାନୀୟ ଶ୍ରୀରସିକରାଜ ମନ୍ଦିର (ପରିଚ୍ଛା ମଠ) ଠାରେ ଯଥାରିତିରେ ଜାଗତଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ପୂଜାର୍ଚ୍ଚନା ସହ ପିତୃ ଦିବସ ପାଳନ ହୋଇଛି । ସେଠାରୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି ଗୁମ୍ମା ବ୍ଲକ କୁର୍ଲୁଣ୍ଡା ଗ୍ରାମର ମନ୍ଦିର ପରିସରରେ ଥିବା ନିର୍ମାଣାଧୀନ ଗୃହରେ ମହିଳା ମଣ୍ଡଳୀର ସଦସ୍ୟା ଜମ୍ଭୁ ଗୌଡ଼ ଓ ଗୀତାଞ୍ଜଳି ଗୌଡ଼ ଦ୍ୱୟଙ୍କ ସହଯୋଗରେ ପିତୃ ଦିବସ ଓ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ପ୍ରଥମେ ଶିଶୁମାନଙ୍କର ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ଗୁଡ଼ିକ ଆଲୋଚନା ପରେ ବିଦ୍ୟାର୍ଥୀ ବନିତା ଗୌଡଙ୍କୁ ପ୍ରତି ରବିବାର ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ତୁଲାଇବା ପାଇଁ ମନୋନୀତ ହୋଇଥିଲେ । ଏହିଭଳି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବିଦ୍ୟାର୍ଥୀ ଦ୍ବୟ ଖଗେଶ୍ବର ଗୌଡ଼ ଓ ସାଗର ଗୌଡ଼ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ ସଂଯୋଜକ ଚୌଧୁରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶିଶୁମାନଙ୍କର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିବା ସହ ଆଗାମୀ ରଥଯାତ୍ରାର ଶୁଭ କାମନା ଜଣାଇଥିଲେ ।