Onn 3

ଅଜଣା ଯୁବତୀଙ୍କ ସହ ଚାଟିଂ କରି ୨୦ ଲକ୍ଷ ଟଙ୍କା ଲୁଟର ଶିକାର

Crime State

କଟକ: ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ। ସାଇବର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧ। ବୃଦ୍ଧଙ୍କ ଠାରୁ ୨୦ ଲକ୍ଷ ୬୨ ହଜାର ଟଙ୍କାର ଠକେଇ କଲେ ସାଇବର ଠକ। ଜଣେ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଓ ପରେ ହ୍ବାଟ୍ସଆପରେ ଚାଟିଂ କରୁଥିଲେ ବୃଦ୍ଧ ।

ସେ ଜଣେ ସୁନା ବ୍ୟବସାୟୀ ବୋଲି ପରିଚୟ ଦେଇ ବନ୍ଧୁତା କରିଥିଲା ଅଜଣା ଯୁବତୀ। ବିଦେଶରୁ ସୁନା ପଠାଇବ କହି ବୃଦ୍ଧଙ୍କଠାରୁ ଟଙ୍କା ନେଇଥିଲା। ୨୦୧୮ ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ଠକେଇର ଶିକାର ହୋଇଛନ୍ତି ବୃଦ୍ଧ। ନିଜ ପି.ଏଫ ସହ ଜୀବନଯାକର ସଞ୍ଚିତ ଅର୍ଥ ହରାଇଛନ୍ତି ବୃଦ୍ଧ। ସମ୍ପର୍କୀୟଙ୍କ ଠାରୁ କରଜ କରି ସାଇବର ଠକଙ୍କ ୩୦ ରୁ ଉର୍ଦ୍ଧ୍ଵ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିଛନ୍ତି ବୃଦ୍ଧ।

କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ କହିବାନୁସାରେ, ୨୦୧୮ ମସିହାରେ ବିଦେଶୀ ଲେଡି ଲିଓନା ଜିମି ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ନିଜକୁ ଲଣ୍ଡନ ମଞ୍ଚେଷ୍ଟରର ବାସିନ୍ଦା ବୋଲି ସେ କହିଥିଲେ। ପ୍ରଥମେ ଫେସବୁକରେ ଫ୍ରେଣ୍ଡ ହେବା ପରେ ଆରମ୍ଭ ହୋଇଥିଲା ଚାଟିଂ। କଥାର ୬ ମାସ ପରେ ସେ ବିଦେଶୀ ଝିଅ ଦିଲୀ ଏୟାରପୋର୍ଟ ଆସିଛି ଓ କିଛି ଅସୁବିଧା ଅଛି ବୋଲି କଟକର ଉକ୍ତ ବ୍ୟକ୍ତିଙ୍କୁ କହିଥିଲା। ଏୟାରପୋର୍ଟରେ ଉକ୍ତ ବିଦେଶୀ ଝିଅ ୪୦ ହଜାର ପାଉଣ୍ଡ ରଖିଥିଲା ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ସେଠାରେ ଅଟକ ରଖିଛନ୍ତି ବୋଲି ସେ ବ୍ୟକ୍ତିଙ୍କୁ କହିଥିଲା। ଏମିତକି ରିଲିଜ କରିବାକୁ ମଧ୍ୟ କହିଥିଲେ ଉକ୍ତ ଯୁବତୀ। ୨୦୧୮ ମସିହାରେ ପ୍ରଥମେ ୮୯ ହଜାର ଟଙ୍କା ଦେଇଥିଲେ ବୟସ୍କ ବ୍ୟକ୍ତି। ଏହାପରେ ୨୦୧୯ରେ ପୁଣି ହ୍ବାଟ୍ସଅପରେ ଆରମ୍ଭ ହୋଇଥିଲା ଚାଟିଂ । ଏହାପରେ ଉକ୍ତ ଝିଅଟି ବରିଷ୍ଠ ବ୍ୟକ୍ତିଙ୍କୁ ଜନ ମାଟିନ ନାମକ ଜଣେ ବ୍ୟକ୍ତି ସହ ସମ୍ପର୍କ ରଖିବା ପାଇଁ କହିଥିଲେ। ଏହାପରେ ସେ ବୟସ୍କ ବ୍ୟକ୍ତିଙ୍କୁ ବିଭିନ୍ନ ତରିକାରେ ଟଙ୍କା ଦେବା ପାଇଁ ବାଧ୍ୟ କରିଥିଲେ।

ଏହାପରେ  ଉଷା ଖାନ୍ନା ନାମକ ଆଉ ଜଣେ ମହିଳା  ନିଜକୁ ଆଇଡି ଆରବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲା। ସେ ମଧ୍ୟ ଟଙ୍କା ଲୁଟ କରିବାରେ ଆରମ୍ଭ କରିଥିଲା ପ୍ରୟାସ। ତେବେ ପୁଲିସ ସୂତ୍ରରୁ ସୂଚନା ଯେ ଉକ୍ତ ବିଦେଶୀ ମହିଳା ୨୦୧୯ରେ ୨ ଲକ୍ଷ ୬୦ ହଜାର, ୨୦୨୦ରେ ୨ ଲକ୍ଷ ୯୬,୫୦୦ , ୨୦୨୧ରେ ୧୨, ୩୫,୦୦୦ ଓ ୨୦୨୨ ମସିହାରେ ୧,୮୧ ହଜାର ବିଭିନ୍ନ ଆକାଉଣ୍ଟରେ ଉକ୍ତ ବିଦେଶୀ ମହିଳାଙ୍କୁ ଟ୍ରାନ୍ସଫର କରିଥିଲେ କଟକର ଏହି ବରିଷ୍ଠ ବ୍ୟକ୍ତି। ଏପରି ମୋଟ ୨୦ ଲକ୍ଷ ୬୧ ହଜାର୧୦୦ ଟଙ୍କା ଲୁଟର ଶିକାର ହୋଇଛନ୍ତି ବୃଦ୍ଧ। ଯେତେବେଳ ୨୦୨୩ ମସିହାରେ ଟଙ୍କା ମାଗିଥିଲେ, ସେତେବେଳ ବୃଦ୍ଧଜଣକ ସାଇବର ଥାନାରେ ଏତଲା ଦେଇଛନ୍ତି । ବର୍ତ୍ତମାନ ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରାଯାଇଛି। ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଓ ସିବିଆଇର ସାହାଯ୍ୟ ନେବ କମିଶନରେଟ ପୁଲିସ । ତେବେ ଏଭଳି  ବର୍ତ୍ତମାନ ସମୟରେ ଅନେକ ହନିଟ୍ରାପ ଘଟଣା ସାମ୍ନାକୁ ଆସିଛି। ଆଗାମୀ ଦିନରେ ଏଭଳି ଆଇଡି ସହ ବନ୍ଧୁତା ନ କରିବା ପାଇଁ ନିବେଦନ କରିଛନ୍ତି ଅତରିକ୍ତ ଡିସିପି ଅନିଲ ମିଶ୍ର।