Onn 3

ବାରିପଦା ଉପଜିଲାପାଳ କାର୍ଯ୍ୟାଳୟ ର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନ ଭିଜିଲାନ୍ସ ଜାଲରେ

Crime State

ବାରିପଦା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ବାରିପଦା ଉପଜିଲାପାଳ କାର୍ଯ୍ୟାଳୟ ର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନ ଙ୍କ କାର୍ଯ୍ୟାଳୟ , କୁଳିଅଣା ଥାନା ସ୍ଥିତ ଫାଦିଆରପୁର , ଉକ୍ତ ଥାନା ଅନ୍ତର୍ଗତ ରଘୁନାଥଗଞ, ତାଙ୍କ ପୁତ୍ର ଚାକିରି କରୁଥିବା ଶାମାଖୁଣ୍ଟା ତହସିଲ କାର୍ଯ୍ୟାଳୟ , ବାରିପଦା ତୁଳସୀଚଉରା ସ୍ଥିତ ତାଙ୍କ ସମ୍ପର୍କୀୟ ଘର ସମେତ ପାଞ୍ଚଗୋଟି ସ୍ଥାନରେ ଚଢାଉ ଜାରିରହିଅଛି । ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି ।

୧୩୨୭୭ ସ୍କ୍ୱାର ଫୁଟର ଏକ ତିନିମହଲା ବିଲ୍ଡିଙ୍ଗ , ୬୩୫୦ ସ୍କ୍ୱାର ଫୁଟର ଚାରିମହଲା ବିଲ୍ଡିଙ୍ଗ, ବାରିପଦା , ବାଙ୍ଗିରିପୋଷି , କୁଳିଅଣା ଏବଂ ଶାମାଖୁଣ୍ଟାରେ ୧୫ ଗୋଟି ପ୍ଲଟ, ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଇନ୍ସୁରାନ୍ସ, ତିନି ଗୋଟି ଦାମୀ ଚାରିଚକିଆ ଯାନ , ଚାରିଗୋଟି ଦୁଇଚକିଆ ଯାନ ଏବଂ ୩୦.୫୫ ଲକ୍ଷ ଟଙ୍କାର ସୁନା ଗହାଣା ଭିଜିଲାନ୍ସ ବିଭାଗ ପକ୍ଷରୁ ଠାବ କରାଯାଇଅଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଚଡାଉ ଜାରିରହିଅଛି । ମାନ୍ୟବର ଭିଜିଲାନ୍ସ କୋର୍ଟ ର ନିର୍ଦ୍ଧେଶନାମା କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଅଛି ।ଆଜିକାର ଏହି ଚଢାଉରେ ଜଣେ ଆଡିସନାଲ ଏସ ପି , ୫ ଜଣ ଡିଏସପି , ସାତ ଜଣ ଇନ୍ସପେକ୍ଟର ଙ୍କ ସମେତ ପାଞ୍ଚ ଗୋଟି ଭିଜିଲାନ୍ସ ଟିମ ସାମିଲ ଅଛନ୍ତି ।