Onn 3

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ମନମାନୀରେ ଚାଲିଛି ରୋଗୀ ସେବା

State

ଆଗରପଡ଼ା: ସବୁ ଥାଇ କିଛି ନଥିବା ପରି ବାହାରୁ େଓା÷ଷଧ କିଣିବା ଏବଂ ବାହାରେ ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପାଇଁ ରୋଗୀ ସେବା କରୁଥିବା ଡ଼ାକ୍ତର ରୋଗୀଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁଯାୟୀ; ଶନିବାର ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ହିଃ ବିଭାଗରେ ଦନ୍ତ ଡାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବାରେ ନିୟୋଜିତ ହୋଇଥିଲେ ଏବଂ ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ରୋଗୀ କଳ୍ୟାଣ ସମିତି ପକ୍ଷରୁ ପଦତ୍ତ ବର୍ହି ରୋଗୀ ଚିକିତ୍ସା ପତ୍ରରେ ବାହାରୁ େଓା÷ଷଧ କିଣିବା ପାଇଁ ରୋଗୀଙ୍କୁ କହିବା ସହ ଉକ୍ତ ପତ୍ରରେ ଲେଖିଥିବା ଅଭିଯୋଗ ହେବାପରେ ଉକ୍ତ ଡ଼ାକ୍ତରଙ୍କ ମତାମତ ଲୋଡ଼ିବାରୁ ସେ ଏପରି କରିନଥିବା କହିବା ସହ ଲେଖିଥିବା ସ୍ଥାନକୁ ଲିଭାଇବାର ପ୍ରୟାସ କରିଥିଲେ ଏବଂ ବହୁ ରୋଗୀଙ୍କ କ୍ଷେତ୍ରରେ ମଳମୁତ୍ର ପରୀକ୍ଷା,ରକ୍ତ ପରୀକ୍ଷା ଓ ସିବିସି ଆଦି ପରୀକ୍ଷା ପାଇଁ ବାହାରକୁ ପଠାଉଥିବା ଦେଖାଯାଇଥିଲା । ସରକାର ରାଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏହାର ସୁଫଳ ମିଳି ପାରୁନଥିବା ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ଜଣା ପଡ଼ୁଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା ହେଉଥିବା ବେଳେ ,ସିବିସି ମେସିନ ଆଦି ଉପଲବ୍ଧ ଥିବା ବେଳେ କେଉଁ କାରଣରୁ ରୋଗୀଙ୍କୁ ବାହାରକୁ ପଠା ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସରକାର ରୋଗୀ କିପରି ମାଗଣାରେ େଓା÷ଷଧ ପାଇପାରିବେ ସେଥିପାଇଁ ନିରାମୟର ସୁବନ୍ଦୋବସ୍ତ କରିଥିବା ବେଳେ ସେମାନଙ୍କୁ କେଉଁ କାରଣରୁ ବାହାରୁ େଓା÷ଷଧ କିଣିବାକୁ ପରାମର୍ଶ ଦିଆଯାଉଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉକ୍ତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ରେ ଥିବା ଡ଼ାକ୍ତରଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା । ପ୍ରକାଶ ଥାଉକି; ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ଥିବା ବେଳେ ଏଠାରେ ଜଣିଏ ମାତ୍ର ଡ଼ାକ୍ତର ରୋଗୀ ସେବା କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ସ୍ଥଳେ ଡ଼ାକ୍ତର ସମସ୍ୟା ପ୍ରତି ଦୃଷ୍ଟି ନଦେଦା ବିଭାଗୀୟ ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି । ଯଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ନବକଳେବର ଯୋଜନା ପ୍ରହସନରେ ପରିଣତ ହେବାକୁ ଯାଉଛି । ୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଶିଶୁ ବିଭାଗ ବିଶେଷଜ୍ଞଙ୍କ ଅବସର ପରେ ଉକ୍ତ ବିଭାଗ ସମେତ ଅସ୍ତ୍ରୋପଚାର ଓ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି ।

ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ାକ୍ତର(ଡ଼େପୁଟେସନ) ୩ଦିନ ପାଇଁ ଏଠାକୁ ଆସୁଥିବାବେଳେ ନିଯୁକ୍ତି ପାଇଥିବା ୪ଜଣ ଏମବିବିଏସ ଡ଼ାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ଏଠାରେ ୨ଜଣ କାର୍ଯ୍ୟରତ ଅଛନ୍ତି । ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ଅର୍ପଣ କରାଯାଇଥିବାରୁ ଅନ୍ୟ ଜଣଙ୍କ ସମେତ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଛନ୍ତି । ଏଠାରେ ଡ଼ାକ୍ତରଙ୍କ ଅଭାବ ଲାଗି ରହିଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଛି । ଦନ୍ତ ଚିକିତ୍ସା ନିମନ୍ତେ ନିଯୁକ୍ତି ପାଇଥିବା ଡ଼ାକ୍ତର ସମୟାନୁସାରେ ଅନୁପସ୍ଥିତ ରହୁଥିବାରୁ ଦନ୍ତ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଠିକ୍ ଭାବେ ସେବା ପାଇ ପାରୁନଥିବା ଅଭିଯୋଗ ହେଉଛି । ୩ଜଣ ଫାର୍ମାସିଷ୍ଟ ଙ୍କ ମଧ୍ୟରୁ ଜଣେ ଫାର୍ମାସିଷ୍ଟଙ୍କୁ ଅନ୍ୟତ୍ର ଡ଼େପୁଟେସନରେ ପଠାଯାଇଛି । ଏହିପରି ନାନାଦି ସମସ୍ୟା ମଧ୍ୟରେ ଉକ୍ତ ଗୋଷ୍ଠୀ କେନ୍ଦ୍ର ଗତି କରୁଥିବା ସ୍ଥଳେ ରୋଗୀ ସେବାରେ ନିଯୋଜିତ ଡ଼ାକ୍ତର ରୋଗୀଙ୍କୁ ବାହାରୁ େଓା÷ଷଧ କିଣିବା ଏବଂ ବାହାରେ ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପାଇଁ ପରାମର୍ଶ ଦେବା କେତେ ଯୁକ୍ତିଯୁକ୍ତ ତାହା ବିଭାଗୀୟ ଅଧିକାରୀ ତଦନ୍ତ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ଆବଶ୍ୟକୀୟ ଡ଼ାକ୍ତର ନିଯୁକ୍ତି ନକଲେ ଏହା ମୂଲ୍ୟହୀନ ହୋଇପଡ଼ିବା ସାର ହେବାକୁ ଯାଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।