ବାରିପଦା: ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ରଜ ଦୋଳି ର ସୁନ୍ଦର ଆୟୋଜନ କରାଯାଇଥିଲା। ଏଥିରେ ଦୋଳ ବନ୍ଧ କମିଟି ର ସଦସ୍ୟ ବୃନ୍ଦ ଓ ପଥଚାରୀ ମାନେ ଆଗ୍ରହ ର ସହିତ ରଜ ଉତ୍ସବ ର ମଜା ନେଇ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ। ଏଥିରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦି,ଅଳତା ଲଗାଇ ସଜେଇ ଦିଆଯାଇଥିଲା।
ଏହି ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା:-ପୋଡପିଠା,ଗଜା, କାକରା, ଲଡୁ, ଆରିସା ଓ ଅନ୍ୟାନ୍ୟ ମିଠା ସହିତ ରଜ ପାନ। ଏବଂ ଶୀତଳ ପାନୀୟ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନ ର ସଦସ୍ୟ ମାନେ ଯଥା -ସରିତା ପାଣିଗ୍ରାହୀ,ଅନୀତା ସାହୁ , ଛନ୍ଦା ଟହଲ, ମମତା ପାତ୍ର, ଉଷାରାଣୀ ବାରିକ,ଲୁନା କୁମାରୀ ଓ ସୁନୀତା ବେହେରା ଯୋଗ ଦେଇ କାର୍ଯ୍ୟ କ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।