Onn 3

କଂଗ୍ରେସ ଓ. ବି. ସି. ବିଭାଗ / ଏସ. ଟି / ଏ. ସି ଓ ମାଇନୋରିଟି ( ଏଲ. ଡି. ଏମ ) ର ସାଙ୍ଗଠନିକ ବୈଠକ

Politics State

ବାରିପଦା: ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖର୍ଗେଙ୍କ ନିର୍ଦେଶ ଅନୁଯାଇ ଅଖିଳ ଭାରତୀୟ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ କେ. ରାଜୁଙ୍କ ଆହ୍ୱାନ କ୍ରମେ ଏବଂ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆଜି ତା ୧୬ /0୬ / ୨୩ ରିଖ ବାରିପଦାସ୍ଥିତ ଦାରୋଗାଡାହୀଠାରେ ଥିବା ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ( LDM )ବିଭାଗ କାର୍ଯ୍ୟାଳୟ ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ କୁ ସମ୍ମାନିତ ଅତିଥି ଭାବେ ରାଜକିଶୋର ବାରିକ ( ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓବିସି ବିଭାଗ ଓ ବିହାର ପ୍ରଭାରୀ ଏବଂ ରାଷ୍ଟ୍ରୀୟ ଏଲ. ଡି. ଏମ ବିଭାଗ ସଂଯୋଜକ ଓ ଓଡିଶା ପ୍ରଭାରୀ ) ଯୋଗଦାନ କରି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ନେତୃବୃନ୍ଦଙ୍କ ସହିତ ଆଗାମୀ ୨0୨୪ ନିର୍ବାଚନରେ କଂଗ୍ରେସ ଦଳ କିପରି ଏସି / ଏସ୍ଟି / ଓବିସି ଓ ମାଇନୋରିଟି ବର୍ଗଙ୍କୁ ନେଇ ତୃଣମୁଳ ସ୍ତରରେ କଂଗ୍ରେସ ର ସଂଗଠନକୁ ମଜବୁତ କରି ଦଳକୁ ଜିତାଇବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି l

ଏବଂ ଉକ୍ତ ବୈଠକରେ ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ଏଲ. ଡି. ଏମ ର ନୂତନ କମିଟି ରାଜ୍ୟ ଏଲ. ଡି. ଏମ ମିଡ଼ିଆ ସଂଯୋଜକ ତଥା ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଗଠନ କରାଗଲା l ଏହି ନୂତନ କମିଟି କୁ ସମ୍ମାନିତ ଅତିଥି ଶ୍ରୀ. ବରିକଙ୍କ ଅନୁମୋଦନ କ୍ରମେ ମୟୁରଭଞ୍ଜ ଜିଲ୍ଲା ଉପସଭାପତି ୪ ଜଣ ଯଥାକ୍ରମେ ରଣା ସତ୍ୟକାମ ସେନାପତି, ରବୀନ୍ଦ୍ର ନାଥ ଗିରି, ଭୋଜଗୋବିନ୍ଦ ଦଳାଇ, ଚନ୍ଦନ କିସ୍କୁ ଓ ସାଧାରଣ ସମ୍ପାଦକ ଭାବେ ବାଦଲ ହେମ୍ବ୍ରମ ଏବଂ ୫ ଜଣ ସମ୍ପାଦକ ଯଥାକ୍ରମେ ରବୀନ୍ଦ୍ର ନାଥ ସେଠି, ଲାଦୁରାମ ସୋରେନ, ଚାନ୍ଦ୍ରାୟ ହାଁସଦା, ଏମ. ଡି. ନୌସାଦ ଓ ବିରାମ ମୁର୍ମୁ ଙ୍କୁ ନିଯୁକ୍ତି ଦିଆଗଲା ଆଗକୁ ଜିଲ୍ଲାର କଂଗ୍ରେସ ଦଳକୁ ମଜବୁତ କରି ସଂଗଠିତ କରିବାକୁ l