Onn 3

ମୋଦୀଙ୍କ ଗସ୍ତବେଳେ ‘ଡ୍ରୋନ ଡିଲ୍’ ଚୂଡ଼ାନ୍ତ କରିବାକୁ ଚାହୁଁଛି ଆମେରିକା

National & International

ନୂଆଦିଲ୍ଲୀ: ୩୦ଟି ଲଢୁଆ ଡ୍ରୋନ କିଣିବାକୁ ଭାରତ ଗତ କିଛି ବର୍ଷ ହେଲା ଆମେରିକା ସହ ଆଲୋଚନା ଚଳାଇଛି । ଏସବୁ ଡ୍ରୋନ କିଣିବାକୁ ଭାରତ ଆଗ୍ରହୀ ଥିବାବେଳେ ଆମେରିକା ମଧ୍ୟ ବିକିବାକୁ ଆଗ୍ରହୀ ଅଛି । ଏହା ସତ୍ତ୍ବେ ଭାରତର ଧୀମା ଅମଲାତାନ୍ତ୍ରିକ ପ୍ରକ୍ରିୟା ଯୋଗୁଁ ଡିଲ୍ ଆଗେଇପାରୁ ନାହିଁ । ଏହାକୁ ନେଇ ଆମେରିକା ମଧ୍ୟ ଚିନ୍ତିତ ଅଛି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଆମେରିକା ଗସ୍ତ ସମୟରେ ଏହି ଡିଲକୁ ଚୂଡ଼ାନ୍ତ କରିବାକୁ ଆମେରିକା ସରକାର ଭାରତ ଉପରେ ଚାପ ପକାଉଥିବା ଜଣାପଡ଼ିଛି । ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହ୍ୱାଇଟ୍ ହାଉସ୍ ଗସ୍ତ ସମୟରେ ଅଚଳାବସ୍ଥାର ସମାଧାନ ହୋଇପାରିବ ବୋଲି ଆମେରିକୀୟ ଆଲୋଚନାକାରୀମାନେ ବିଶ୍ୱାସ ରଖିଛନ୍ତି ।
ମୋଦିଙ୍କ ୱାଶିଂଟନ ଗସ୍ତ ପୂର୍ବରୁ ବାଇଡେନ ପ୍ରଶାସନ ଆମେରିକା ନିର୍ମିତ ସଶସ୍ତ୍ର ଡ୍ରୋନ ବିକ୍ରି ଉପରେ ଚୂଡ଼ାନ୍ତ ମୋହର ମାରିବାକୁ ଗୁରୁତ୍ବ ଦେଉଛି । ଏହାଛଡ଼ା ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧଯାନର ସହ-ଉତ୍ପାଦନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଦୁଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ତାରିଖ ଚୂଡ଼ାନ୍ତ ହେବା ପରଠାରୁ ଆମେରିକାର ବୈଦେଶିକ ବିଭାଗ, ପେଣ୍ଟାଗନ୍ ଏବଂ ହ୍ୱାଇଟ୍ ହାଉସ୍ ଭାରତକୁ ଜେନେରାଲ୍ ଆଟୋମିକ୍ସ ଦ୍ୱାରା ନିର୍ମିତ ୩୦ ଦିନିଆ ଏମ୍କ୍ୟୁ-୯ବି ସିଗାର୍ଡିଆନ ଡ୍ରୋନ୍ ଚୁକ୍ତିର ଅଗ୍ରଗତି ଦେଖାଇବାକୁ କହିଛନ୍ତି ।