Onn 3

ପାକିସ୍ତାନୀକୁ ଦେଇଥିବା ଜବାବକୁ ନେଇ ଓଓ୍ବେସିଙ୍କୁ ପ୍ରଶଂସା

National & International

ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ନିଜର ବିବାଦୀୟ ଭାଷଣ ପାଇଁ ଜଣାଶୁଣା । କିନ୍ତୁ ଆମେରିକା ଗସ୍ତରେ ଥିବା ବେଳେ ଜଣେ ପାକିସ୍ତାନୀକୁ ସେ ଦେଇଥିବା ଜବାବକୁ ନେଇ ତାଙ୍କୁ ପ୍ରସଂଶା କରାଯାଉଛି ।
ଆମେରିକାର ସିକାଗୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକିସ୍ତାନର ଜଣେ ବ୍ୟକ୍ତି ତାଙ୍କୁ ପାକିସ୍ତାନର ମୁସଲମାନମାନଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ । ଯୁବକ ଜଣକ ଓଓ୍ବେସିଙ୍କୁ ପଚାରିଥିଲେ, ଆପଣ ପାକିସ୍ତାନର ମୁସଲମାନମାନଙ୍କୁ ନିଜ ଭାଇ ଭାବନ୍ତି କି? ଯୁବକଙ୍କ ପ୍ରଶ୍ନର ଉତ୍ତରଦେଇ ଓୱେସି କହିଛନ୍ତି ଯେ ଆମପୂର୍ବପୁରୁଷମାନେ ସ୍ୱାଧୀନତା ପାଇଁ ଇଂରେଜଙ୍କ ବିରୋଧରେ ଲଢ଼ିଥିଲେ ଏବଂ ସେମାନେ ପାକିସ୍ତାନ ନାମକ ଅନ୍ୟ କୌଣସି ରାଷ୍ଟ୍ର ନିର୍ମାଣ ବିରୋଧରେ ଥିଲେ ।
ଏଆଇଏମଆଇଏମ ମୁଖ୍ୟ କହିଛନ୍ତି ଯେ ରଜାକର ପାକିସ୍ତାନ ଯାଇଥିଲେ କିନ୍ତୁ ଦେଶର ବିଶ୍ବସ୍ତମାନେ ଭାରତରେ ରହିଥିଲେ। ୨୦୦୮ ମୁମ୍ବାଇ ଆକ୍ରମଣ ସମୟରେ ପଡ଼ୋଶୀ ଦେଶ କ’ଣ କରିଥିଲା ତାହା ଆମେ ଦେଖିଛୁ। ପାକିସ୍ତାନରେ ଆତଙ୍କବାଦ ଅଛି, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କସାବ ମୁମ୍ବାଇରେ ନିରୀହଙ୍କୁ ହତ୍ୟା କରିଥିଲା, ସେ ପାକିସ୍ତାନର ଥିଲା। ଏହାକୁ କିପରି ସମର୍ଥନ କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହାର ଜବାବ ରଖି ଓୱେସି କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ଆମର ନୂଆ ସଂସଦ ଭିତରେ ଅଖଣ୍ଡ ଭାରତର ଚିତ୍ର ଲଗାଯାଇଛି । ଏଥିରେ ପାକିସ୍ତାନ ଓ ଆଫଗାନିସ୍ତାନର ମାନଚିତ୍ର ମଧ୍ୟ ରହିଛି। ମୁଁ ବିଜେପି ନେତାମାନଙ୍କୁ କହିଥିଲି ଯେ ଆସନ୍ତୁ ଏସବୁ ଦେଶକୁ ଜିତିବା, ତା’ପରେ ବିଜେପି ନେତାମାନେ କହିଲେ- ଆପଣ ମଜା କରୁଛନ୍ତି କି? ମୁଁ କହିଲି ମୁଁ କାହିଁକି ମଜାକ କରିବି? ଆପଣ ସେହି ଦେଶଗୁଡ଼ିକୁ ଆପଣଙ୍କ ମାନଚିତ୍ରରେ ଯୋଡିଛନ୍ତି ନା ନାହିଁ ?