Onn 3

ଓଡିଶା ଯୁବ ବକ୍ସିଂ ଦଳକୁ ସମ୍ବର୍ଦ୍ଧନା ଦଳରେ ମୟୁରଭଞ୍ଜର ବିନାୟକ

State

ବାରିପଦା: ସିକିମର ଗ୍ୟାଙ୍ଗଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ଜାତୀୟ ଯୁବ ବକ୍ସିଂ ଚାମ୍ପିୟାନସିପ – 2023 ରେ ଭାଗ ନେବା ପାଇଁ ଓଡିଶା ଦଳ ଆଜି ସିକିମ ଅଭିମୁଖେ ଯାତ୍ରା କରିଛି I ବାଲେଶ୍ୱର ରେଳ ଷ୍ଟେସନ ରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବୋକ୍ସିଂ ସହ ସମ୍ପାଦକ ରବୀନ୍ଦ୍ର ମହାନ୍ତି, ବରିଷ୍ଠ ବୋକ୍ସିଂ କୋଚ ତଥା ରାଜ୍ୟ ବୋକ୍ସିଂ ଯୁଗ୍ମ ସମ୍ପାଦକ ବିଜୟ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଓଡିଶା ଦଳରେ ଥିବା 11 ଜଣ ଖେଳାଳି ସମେତ ଜାତୀୟ ରେଫେରୀ ଶିଶିର କୁମାର ପାଣିଗ୍ରାହୀ, କୋଚ ବୁଲୁ ପାତ୍ର ଓ ମୁନା ଗୌଡ଼ଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳର ସଫଳତା କାମନା କରିଥିଲେ I

ଏହି ଦଳରେ ମୟୁରଭଞ୍ଜର ଯୁବ ବୋକ୍ସର ବର୍ଷ୍ନେୟ ବିନାୟକ ଦାସ ମଧ୍ୟ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ପ୍ରକାଶ ଥାଉକି ବିନାୟକ ଗତବର୍ଷ ମଧ୍ୟ ଚେନାଇ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ବୋକ୍ସିଂ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରି ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିଥିଲେ I ଚଳିତ ମାସ 13 ରୁ 18 ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିୟାନସିପ ଅନୁଷ୍ଠିତ ହେବ I