Hitech.webp.webp

ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା, ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି

State

hitech

ଭୁବନେଶ୍ବର   : ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣାର ତଦନ୍ତ କରିବେ ରାଜ୍ୟ ସରକାର । ଏଥିପାଇଁ ହସ୍ପିଟାଲକୁ ନୋଟିସ୍ ଜାରି ହୋଇଛି । ବିସ୍ପୋରଣ କେମିତି ହେଲା ? ଏଥିପାଇଁ ଦାୟୀ କିଏ ? ମୃତକଙ୍କର ସଠିକ ଭାବେ ଚିକିତ୍ସା ହୋଇଛି କି ନାହିଁ ? ସତର୍କତା ଅଵଲମ୍ବନ ହୋଇଥିଲା କି ନାହିଁ ? ସବୁ ଦିଗକୁ ଅନୁଧ୍ୟାନ କରିବା ସହ ତଦନ୍ତ କରିବେ ସରକାର । ଅନ୍ୟପଟେ ଆଜି ମୃତ ଦିଲ୍ଲୀପ ସାମନ୍ତରାୟଙ୍କର ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ କରାଯାଇଛି । ଦିଲୀପଙ୍କ ମାଆ, ସମ୍ପର୍କୀୟଙ୍କ ଉପସ୍ଥିତିରେ ମୃତଦେହ ଚିହ୍ନଟ ହୋଇଛି । ପୋଷ୍ଟମର୍ଟମ ପରେ ମୃତଦେହକୁ ଏମ୍ସରେ ସଂରକ୍ଷିତ କରି ରଖାଯିବ । ଏବେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବନି । ଡିଏନଏ ରିପୋର୍ଟ ଆସିବା ପରେ ଦିଆଯିବ ମରଶରୀର । ଖୋର୍ଦ୍ଧା ହରିରାଜପୁର ବଅଙ୍ଗ ଗାଁରେ ଦିଲୀପଙ୍କ ଘର ।