Onn 3

ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରେସ ଡିଜାଇନ ଓ ଉଦୋଗୀକରଣ ତାଲିମ

State

ଗଜପତି: ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହତୀ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଦିନିଆ ଡ୍ରେସ ଡିଜାଇନ ଓ ଉଦୋଗୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମରେ ପଞ୍ଚାୟତ ମହାସଂଘର ୫୬ ଜଣ ସଭ୍ୟା ଉପସ୍ଥିତ ଥିଲେ , ଉକ୍ତ କାର୍ଯ୍ୟକ୍ରମକୁ ଆର.କେ ଏସ.ଏସ ଅନୁଷ୍ଠାନ ପରିଚାଳନା କରିଥିଲା ଆଜିର ଉଦଘାଟନ ଉସ୍ସବରେ ଶ୍ରୀ ସାଇମନ ଡୁଙ୍ଗଦୁଙ୍ଗ, ନିର୍ଦେଶକ ଆରସେଟି , ଶ୍ରୀ ପ୍ରତୀକ ପଣ୍ଡା  ଡି.ଡି.ଏମ , ନାବାର୍ଡ , ମହେଶ୍ଵର ମଣ୍ଡଳ , ଏଲ.ଡ଼ି.ଏମ, ଗଜପତି ସ୍ମିତାରାଣୀ ବୀର , ତାଲିମ ଦାତା, ଆରସେଟି , ରବି ନାରାୟଣ ପାଇକ ରାଓ ତାଲିମ ଦାତା , ତରୁଣ କୁମାର ନାୟକ , ଏଫ.ଏଲ.ସି, ଜଗନାଥ ଗମାଙ୍ଗ ବିଏସ.ଏ, ଏନ.ଜି.ଏନ.ଆର.ଜିଏ, ଶ୍ରୀ ନୀଳବେଣୀ  ଏମ.ବି.କେ  ଓ.ଏଲ.ଏମ ଯୋଗଦେଇଥିଲେ  ପ୍ରଥମ ଦିନରେ ଏକ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା , ସଂପାଦକ , ଆର.କେ.ଏସ.ଏସ କହିଲେ ଯେ ଆଧୁନିକ ଯୁଗରେ ପରମ୍ଫରାକୁ ନେଇ ମହିଳା ମାନଙ୍କୁ ଡ୍ରେସ ଡିଜାଇନ , କିପରି କରାଯାଇପାରିବ , ଓ ମହିଳା ମାନଙ୍କ ଆର୍ଥିକ ସ୍ଥିତିକୁ କିପରି ଆଗକୁ ନେଇପାରିବ , ସୂଚନା ଦେଇଥିଲେ , ତାଲିମ ଦାତା ରବି ନାରାୟଣ ପାଇକ ରାଓ , ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପ୍ରକ୍ରିୟା , ଦଶସୂତ୍ର , ବ୍ୟାଙ୍କ ସଂଯୋଗକରଣ , ବ୍ୟବସାୟ ଭିତିକ ଯୋଜନା , ବିଷୟରେ ଆଲୋଚନା କରାଗଲା

 

ତାଲିମ ଦାତା ଶ୍ରୀ ସ୍ମିତାରାଣୀ ବୀର , ସିଲେଇ ପ୍ରକ୍ରିୟା , ବିଭିନ୍ନ ପ୍ରକାର ଡ୍ରେସ ଡିଜାଇନ , ଏସମ୍ରେଡିଙ୍ଗ ଦୂରା ବଜାରୀ କରଣ କିପରିକରି ମହିଳା ମାନଙ୍କୁ ଏକ ଉଦୋଗ ମାଧ୍ୟମରେ ଜୀବନଜୀବିକାକୁ ଆଗକୁ ନେଇପାରିବ ସୂଚନା ଦେଇଥିଲେ ଏବଂ ଆସନ୍ତା ୧୫ ଦିନରେ ଯେପରି ସମସ୍ତ ମହିଳା ଡ୍ରେସ ଡିଜାଇନ ଶିଖିପାରିବେ ଅଭିଆସ ପ୍ରକ୍ରିୟା ଏଠାରେ ଗୁରୁତ୍ଵ ଦିଆଯିବ ଶେଷରେ ଅନୁଷ୍ଠାନର ସଂପାଦକ ତରୁଣ କୁମାର ନାୟକ ତାଲିମକୁ ଆସିଥିବା ଅଥିତିକୁ ଧନ୍ୟବାଦ ଦେଇ ତାଲିମକୁ ଶେଷ କରିଥିଲେ