Img 20240915 Wa0200

ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଅନୁଷ୍ଠିତ ହେଲା ବିଶାଳ ସୁଭଦ୍ରା ସ୍ୱାଗତ ପଦଯାତ୍ରା

State

ବାରିପଦା : ସମାଜର ଆର୍ଥିକ, ସାମାଜିକ ଓ ପ୍ରଗତି ପାଇଁ ନାରୀର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ଯେଉଁ ପରିବାରରରେ ଯେଉଁ ମହିଳା ଯେତେ ଶିକ୍ଷିତ, ଓ ଆର୍ଥିକ ସଶକ୍ତ ସେ ପରିବାରର ପ୍ରଗତି ସେତେ ସୁଦୃଢ । ତେଣୁ ମହିଳା ମାନଙ୍କୁ ଶିକ୍ଷିତ,ଦକ୍ଷତା ଭିତ୍ତିକ ଓ ଆର୍ଥିକ ସଶକ୍ତ ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇ ସୁଭଦ୍ରା ଭଳି ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ନେଇଛନ୍ତି ।
ଓଡ଼ିଶାର ପ୍ରତ୍ୟେକଟି ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି.

ଏହି ପରିପ୍ରେକ୍ଷୀରେ, ରାଇରଙ୍ଗପୁର ବ୍ଲକ ଆନୁକୁଲ୍ୟରେ ଆଜି ସକାଳ ୧୦ ଘଣ୍ଟା ୩0 ମିନିଟ ସମୟ ରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା. ।

ଉକ୍ତ ପଦଯାତ୍ରା ରାଇରଙ୍ଗପୁର ବ୍ଲକ ମିଶନ ଶକ୍ତି ଭବନ ଠାରୁ ବାହାରି ବିଭିନ୍ନ ପଥ ପରିକ୍ରମା କରିବା ସହ ଯୋଜନା ସମ୍ଭନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ଲୋକ ମାନଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲା. ।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବ୍ଲକ ସ୍ତରୀୟ ସଭାନେତ୍ରୀ ଶ୍ରୀମତୀ ଲୀଳାବତୀ ମହାନ୍ତ ଓ ସମ୍ପାଦିକା ଶାନ୍ତି ଲତା ପାତ୍ର ଯୋଗ ଦେଇଥିଲେ.

ବିଭିନ୍ନ ଗ୍ରାମ ପଂଚାୟତ ରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ମିଶନ ଶକ୍ତି ର ସଦସ୍ୟା, କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଅନ୍ୟାନ୍ୟ ମହିଳା ହିତାଧିକାରୀଙ୍କୁ ମିଶାଇ ପାଖାପାଖି ୨୦୦ ରୁ ଉର୍ଦ୍ଧ ମହିଳାଙ୍କୁ ନେଇ ଏହି ବିଶାଳ ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା. ।ପ୍ରବଳ ବର୍ଷା ସତ୍ବେ ମହିଳାମାନେ ବର୍ଷାକୁ ଖାତିର ନ କରି ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟକୁ ପ୍ରତ୍ୟେକଙ୍କ ଘରେ ଘରେ ପହଞାଇବା ପାଇଁ ପଦଯାତ୍ରାରେ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସିଡିପିଓ ଶ୍ରୀମତୀ କୁଇଲିମଣି ଟୁଡୁ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ବିପିଏ ରେବତୀ ବେହେରା, ବିପିଏମ ଶାନ୍ତନୁ କୁମାର ସାହୁ, ବିପିସି ମିଶନ ଶକ୍ତି ଶ୍ରୀମତୀ ସ୍ବର୍ଣ୍ଣ ପ୍ରିୟା ସାହୁ ପରିଚାଳନାକୁ ସଫଳ ରୂପାୟନରେ ସହଯୋଗ କରିଥିଲେ ।

ପ୍ରକାଶ ଥାଉକି ଆଜି ଏହି ପଦଯାତ୍ରା ବାମନଘାଟି ଉପଖଣ୍ଡ ର ବିଭିନ୍ନ ବ୍ଲକ ସହିତ ବିଭିନ୍ନ ଗ୍ରାମ, ଗ୍ରାମ ପଂଚାୟତ ଏବଂ ରାଇରଙ୍ଗପୁର ସହରାଞ୍ଚଳ ରେ ୱାର୍ଡ ସ୍ତରରେ ଆୟୋଜନ କରାଯାଇ ସମସ୍ତ ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ସଚେତନତା କରିବା ସହ ଯୋଜନା ସମ୍ଭନ୍ଧୀୟ ପୁଙ୍ଖାନୁପୁଙ୍ଖ ସୂଚନା ଅବଗତ କରାଯାଇଛି।

ଆସନ୍ତା ୧୭ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ତା’ଙ୍କ କରକମଳରେ ଭୁବନେଶ୍ୱର ଠାରେ ଏହି ଯୋଜନାର ଶୁଭ ଉଦ୍ଘାଟନ କରିବେ ଏବଂ ସେହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ ନେଇ ଉତ୍ସାହ ଦେଖା ଦେଇଛି।