Onn 3

ଜାତୀୟ ସୁନ୍ଦରୀ ପ୍ରତିଯୋଗୀତା ରେ ଡାକ୍ତର ପୁରସ୍କୃତ

Religion and Cult State

ଗଜପତି: ନାଗପୁରରେ ଠାରେ ଏକ ଭାରତୀୟ ଘୋରୋଇ କମ୍ପାନୀ ଦ୍ବାରା ଡାକ୍ତର ମାନଙ୍କ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା , ଏହି କାର୍ଯ୍ୟକ୍ରମ ର ନାମ ଥିଲା “ମେଡିକୋ ଡିଭା” । ଏଥିରେ ସୁନ୍ଦରୀ ପ୍ରତିଯୋଗିତାରେ ପାରଳାଖମୁଣ୍ଡିର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞା ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓଡ଼ିଶା ତରଫରୁ ଭାଗ ନେଇଥିବା ବେଳେ ବିଭିନ୍ନ ରାଜ୍ୟ ରୁ ବିଭିନ୍ନ ବିଭାଗର ୨୬ ଜଣ ଡ଼ାକ୍ତର ଏଥିରେ ଅଂଶ ଗ୍ରହଣ କରିଥିଲେ, ଡାକ୍ତର ପାଣିଗ୍ରାହୀ ଏହି ପ୍ରତିଯୋଗୀତା ରେ”ମିସେସ୍ ଇଣ୍ଡିଆ କନଫିଡେଣ୍ଟ କୁଇନ” ଭାବରେ ପୁରସ୍କୃତ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ସେ ଓଡ଼ିଶା ରୁ ଏକମାତ୍ର ବରିଷ୍ଠ ମହିଳା ଡାକ୍ତର ହିସାବରେ ଯୋଗଦେଇଥିବା ରୁ ଜର୍ଜ ଓ ଜୁରୀ ସଦସ୍ୟା ମାନେ ବିଶେଷ ଭାବରେ ଉଚ୍ଚ ପ୍ରଶଂସା କରିଥିଲେ. ଏହି ଅବସରରେ ତାଙ୍କୁ ଆଇ.ଏମ.ଏ ଓଡ଼ିଶା ଶାଖା, ରାଜ୍ୟର ବିଭିନ୍ନ ଡାକ୍ତର ସଂଘ ଓ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମାନଙ୍କ ସମେତ ବିଭିନ୍ନ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି।