Onn 3

ପୂର୍ତ- ଜଳସମ୍ପଦ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ, ଭୁଷୁଡିଲା ନବ ନିର୍ମିତ ନଦୀବନ୍ଧ

State

ନିଶ୍ଚିନ୍ତକୋଇଲି : ସାଲେପୁର ପୂର୍ତ ବିଭାଗ ଓ କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ହେତୁ ଏକ ନବ ନିର୍ମିତ ନଦୀ ବନ୍ଧ କାର୍ଯ୍ୟ ଭୁଷୁଡି ପଡିଛି । ଫଳରେ ଏହି ନଦୀ ବନ୍ଧର ସ୍ଥାୟୀତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ କାଇଥିଲା ବେଳେ ସରକାରଙ୍କର କୋଟି କୋଟି ଟଙ୍କା ପାଣିରେ ପଡିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ÷ଅଧିନରେ ନିଶ୍ଚିନ୍ତକୋଇଲି ବ୍ଳକ ର କେନ୍ଦୁପାଟଣା ଠାରୁ ବାଲିଆପଦା ପର୍ଯ୍ୟନ୍ତ ଚିତ୍ରୋତ୍ପଳା ଓ ଲୁଣାନଦୀ ବନ୍ଧ ରହିଛି । କେନ୍ଦୁପାଟଣା ଠାରୁ ଚିତ୍ରୋତ୍ପଳା ନଦୀର ବାମ ପାଶ୍ୱର୍ ଓ ବରପଡା ଠାରୁ ବାଲିଆପଦା ପର୍ଯ୍ୟନ୍ତ ଲୁଣା ନଦୀର ବାମପାଶ୍ୱର୍ ବନ୍ଧରାସ୍ତାକୁ ପ୍ରଶସ୍ତିକରଣ ଓ ଉନ୍ନତି କରଣ କରାଯିବା ନିମନ୍ତେ ସରକାର ଅର୍ଥ ମଞ୍ଜୁର କରିଥିଲେ । ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା । ସାଲେପୁର ପୂର୍ତ ବିଭାଗ ଏହି କାର୍ଯ୍ୟକୁ ତଦାରଖ କରୁଥିଲା । ତେବେ ସମ୍ପୃକ୍ତ ଠିକାଦାର ନଦୀ ବନ୍ଧ ପ୍ରଶସ୍ତିକରଣ ଓ ପିଚୁରାସ୍ତା ନିର୍ମାଣ କାର୍ଯ୍ୟ ଅଟକଳ ଅନୁଯାଇ କରିନଥିବାର ଅଭିଯୋଗ ହୋଇଛି । ଏପରିକି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଚଂଚକତା ଓ ଦୁର୍ନୀତି କରାଯାଇଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଏହି ପ୍ରଭାବଶାଳୀ ଶାସକ ଦଳ ଠିକାଦାର ନିର୍ମାଣ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରିଥିବାର ଅଭିଯୋଗ ହୋଇଛି ।

ନିମ୍ନମାନର ସାମଗ୍ରୀ ବ୍ୟବହାର ହେତୁ ନିର୍ମାଣର ମାତ୍ର ଅଳ୍ପ ଦିନ ପରେ ନଦୀବନ୍ଧ ରାସ୍ତାର ଅବସ୍ଥା ବହୁ ସ୍ଥାନରେ ଶୋଚନୀୟ ହୋଇପଡିଥିବାର ଅଭିଯୋଗ ହୋଇଛି । ଏପରିକି ନିମ୍ନାମାନର କାର୍ଯ୍ୟହେତୁ ବୁହାଳୋ ଗ୍ରାମପଂଚାୟତ ବରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଲୁଣାନଦୀର ବାମପାଶ୍ୱର୍ରେ କରାଯାଇଥିବା ନଦୀବନ୍ଧ ର୍କାର୍ଯ୍ୟ ଭୁଷୁଡି ପଡିଥିବାର ଅଭିଯୋଗ ହୋଇଛି । ଏପରିକି ନବ ନିର୍ମିତ ପିଚୁରାସ୍ତା ମଧ୍ୟ ଫାଟି ଆଁ କରିଥିବାର ଅଭିଯୋଗ ହୋଇଛି । ଏସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ବରଂ ଠିକାଦାରକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ହୋଇଛି । ଠିକାଦାର ମନମୂଖି ଭାବେ କାର୍ଯ୍ୟ ଚାଲୁରଖିଥିଲା ବେଳେ କୌଣସି ବିଭାଗୀୟ ଅଧିକାରୀ କାର୍ଯ୍ୟର ତଦାରଖ କରୁନଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ଏହି ରାସ୍ତା ପୂର୍ତ ବିଭାଗ ତଦାରଖ କରୁଥିବା କାରଣରୁ କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବାର ଅଭିଯୋଗ ହୋଇଛି ।ରାସ୍ତା ଓ ନଦୀବନ୍ଧ କାର୍ଯ୍ୟ ଭୁଷୁଡି ପଡିଥିବା କାରଣରୁ ସରକାରଙ୍କର କୋଟି କୋଟି ଟଙ୍କା ପାଣିରେ ପଡିଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏସମ୍ପର୍କରେ ୍ରଆମ ପ୍ରତିନିଧି ନିଶ୍ଚିନ୍ତକୋଇଲି ବ୍ଳକ ବିଜେଡି ସଭାପତି ତଥା ବୁହାଳୋ ଗ୍ରାମପଂଚାୟତ ସରପଂଚ ରମାକାନ୍ତ ମହାନ୍ତିଙ୍କୁ ପଚାରିବାରୁ ଏହି କାର୍ଯ୍ୟକୁ ପୁନର୍ବାର କରିବା ନିମନ୍ତେ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇନଥିବାର ଶ୍ରୀମହାନ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ମୁଣ୍ଡ ଉପରେ ବର୍ଷା ଋତୁ । ଆଉ ଅଳ୍ପ ଦିନ ପରେ ଲୁଣା ଓ ଚିତ୍ରୋତ୍ପଳା ନଦୀରେ ଜଳ ଆସିବ ।

ତେବେ ଚଳିତ ବର୍ଷ ଲୁଣା ଓ ଚିତ୍ରୋତ୍ପଳା ନଦୀରେ ବନ୍ୟା ଆସିଲେ ବରପଡା ଠାରେ ଲୁଣାନଦୀରେ ନିଶ୍ଚିତ ଘାଇ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏଠାରେ ଘାଇ ସୃଷ୍ଟି ହେଲେ ସ୍ଥାନୀୟ କେନ୍ଦୁପାଟଣା, ବୁହାଳୋ, ଜିଗ୍ନିପୁର, ନିଶ୍ଚିନ୍ତକେ୍‌ାଇଲି, ନତକାଇ,ବଡକ୍ଷରା ସରପଡା,ବାଲିଆପଦା ,ସୁକରପଡା, କଟରପଡା, କେଂଟାଳୋ, ଅସୁରେଶ୍ୱର ସମେତ ମାହାଙ୍ଗା ବ୍ଲକର ଗୋତରା, ଉମର , ପଲ୍ଲିସାହି, ଭଉଁରିଆ, ନା÷ହଙ୍ଗ,ଭଦ୍ରେଶ୍ୱର ପ୍ରଭୃତି ବହୁ ପଂଚାୟତର ଶହ ଶହ ଲୋକ କ୍ଷତିଗ୍ରସ୍ତ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏସମ୍ପର୍କରେ ମତାମତ ନେବା ନିମନ୍ତେ ଆମ ପ୍ରତିନିଧି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ଯେ ଆଜି ଛୁଟି ଦିନ ବୋଲି ତୁମେ କଣ ଜାଣିନ,ମୁଁ କୌଣସି ଗଣ ମାଧ୍ୟମକୁ ସୂଚନା ଓ ମତାମତ ଦେବାକୁ ବାଧ୍ୟ ନୁହେଁ । ତୁମର କଣ କରିବାର ଅଛି କର । ଏଥିପ୍ରତି ମୋର କୌଣସି ଭୟ ନାହିଁ । ତେବେ ଜଣେ ବିଭାଗୀୟ ଅଧିକାରୀଙ୍କ ଏଭଳି ବେପରୁଆ ମତାମତ ଦେବା କେତେଦୂର ସମୀଚୀନ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।