ନୂଆଦିଲ୍ଲୀ : ପଡୋଶୀ ଦେଶ ନେପାଳରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ପଶ୍ଚିମ ନେପାଳରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମାତ୍ର ଏଥିରେ ଧନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ପ୍ରାୟ ୬ଟା ୩୩ କାଠମାଣ୍ଡୁରୁ ୪୫୦ କିଲୋମିଟର ପଶ୍ଚିମରୁ ଅଛାମ ଜିଲା ବଟୁଲାସୈନରେ ୪.୩ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି । ମାର୍ଚ୍ଚ ୮ରେ ପଶ୍ଚିମ ନେପାଳର ବାଗଲୁଙ୍ଗ ଜିଲାରେ ମଧ୍ୟ ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା।