Onn 3

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: ପୁଅଙ୍କୁ ପଛରେ ପକାଇ ଚମକିଲେ ଝିଅ

State

ଭୁବନେଶ୍ବର: ପୁଅଙ୍କ ତୁଳନାରେ ଝିଅମାନେ ପାଠ ପଢ଼ାରେ ଅଧିକ ମନ ଲଗାଉଛନ୍ତି। ଝିଅମାନେ ପାଠପଢ଼ାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ତେଣୁ ସେମାନଙ୍କର ପରୀକ୍ଷା ଫଳ ଭଲ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନଙ୍କର ପାସ୍‌ ହାର ଅଧିକ ରହିଛି।
କଳା ବିଷୟରେ ପାସ୍‌ ହାରରେ ପୁଣି ଥରେ ପୁଅଙ୍କୁ ଝିଅମାନେ ପଛରେ ପକାଇଛନ୍ତି। ଝିଅମାନଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ ହାର ୭୦.୪୩ ପ୍ରତିଶତ। ସେହିପରି ଧନ୍ଦାମୂଳକରେ ପାସ୍‌ହାର ୬୭.୪୮ ପ୍ରତିଶତ ରହିଛି। ଧନ୍ଦାମୂଳକ ବିଷୟରେ ୬୪.୨୩ ପ୍ରତିଶତ ପୁଅ ଓ ୭୧.୧୦ ପ୍ରତିଶତ ଝିଅ ପାସ୍‌ କରିଛନ୍ତି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ନବରଂଗପୁର ଜିଲ୍ଲାର ପାସ୍‌ ହାର ହେଉଛି ୭୦.୭୪ ପ୍ରତିଶତ।
ସୂଚନାଯୋଗ୍ୟ ଆଜି ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ଅର୍ଥାତ ୭୮.୮୮ ପ୍ରତିଶତ ପାସ୍‌ କରିଛନ୍ତି। କଳା ବିଷୟରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨,୭୮୨, ଦ୍ବିତୀୟ ଶ୍ରେଣୀରେ ୩୨,୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧,୧୬,୧୭୯ ଉତ୍ତୀର୍ଣ୍ଣ ହୋଇଛନ୍ତି।