Onn 3

ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ରକ୍ତଦାନ ଶିବିର ଆୟୋଜିତ, 80 ୟୁନିଟ ରକ୍ତ ସଂଗ୍ରହ

State

ବାରିପଦା: ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟ କରି ଓଡିଶା ବ୍ଲଡ଼ ବ୍ୟାଙ୍କ, ବାରିପଦା ପରିସରରେ ନାରାୟଣ ସେବା ଟ୍ରଷ୍ଟ ଓ ଆମେ ଦୁଃଖରେ ସାଥି ଅନୁଷ୍ଠାନର ମିଳିତ ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା I ଖବର ପାଇ ଏହି ଶିବିରରେ ସ୍ବେଛାକୃତ ଭାବେ ରକ୍ତଦାନ କରିବା ପାଇଁ ବହୁତ ଯୁବକ ଯୁବତୀ ଆଗେଇ ଆସିଥିଲେ I 8 ଜଣ ମହିଳାଙ୍କ ସମେତ ମୋଟ 80 ଜଣ ରକ୍ତଦାନ କରିଥିଲେ I ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମଥର ରକ୍ତଦାନ କରିଥିବାର ଲକ୍ଷ୍ୟ କରାଯାଇଥିଲା I

 

ନାରାୟଣ ସେବା ଟ୍ରଷ୍ଟର ଡ଼ଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ବସନ୍ତ କୁମାର ମହାପାତ୍ର, ରାଜେଶ ନନ୍ଦି, ପ୍ରତାପେଶ୍ୱର ଦାଶ, ରଣଜିତ ଦାସ, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି, ତପସ୍ୱିନୀ ପଣ୍ଡା, ସୁମିତା ଚୌବେ, ଇନ୍ଦୁ ମହାନ୍ତି, ପିଙ୍କି ମହାନ୍ତି, ମମତାଜ ପରବିନ, ଯଶୋଦା ରାଣୀ ଦାସ ତଥା ଆମେ ଦୁଃଖରେ ସାଥି ସଂସ୍ଥାର ରବୀନ୍ଦ୍ର ଦଳେଇ, ବିନୋଦ କୁମାର ଜେନା, ରାକେଶ ପୃଷ୍ଟି, ସୋନା ସିଂ, ବିକାଶ ମହାଭୋଇ ଓ ସୁବ୍ରତ ସାହୁ ପ୍ରମୁଖ ଶିବିର ପରିଚାଳନା କରିବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ I ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ସୌମ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ରୁଚିକା ଖୁରାନା, ଶକୁନ୍ତଳା ମହାନ୍ତ ଓ ଛବି ମହାନ୍ତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I