ରାଜ୍ୟର ୧୨ ହଜାର ୮୩୩ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆସନ୍ତାକାଲି ସକାଳ ୮ଟାରେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଶୋଭାଯାତ୍ରା ବାହାରିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ନେତା ଉପସ୍ଥିତ ରହିବେ । ୬୧୧ ଜଣ ପ୍ରତିନିଧିଙ୍କ ପାଇଁ ଟିକେଟ ହୋଇଛି । କାଲି ସ୍ବତନ୍ତ୍ର ଟ୍ରେନରେ ସଂଗ୍ରହ ହୋଇଥିବା ପବିତ୍ର ମାଟି ଦିଲ୍ଲୀ ଯିବ । ୩୧ ତାରିଖରେ ପ୍ରଧାନମନ୍ତ୍ରୀ ଅମୃତ ବାଟିକାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।