FLOOD 1 1 e1785336473839 300x164

ରାଜ୍ୟରେ ବନ୍ୟା ଯୋଗୁଁ ୬ ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର : ଆଜି ସୁଦ୍ଧା ରାଜ୍ୟରେ ବନ୍ୟା ଯୋଗୁଁ ୬ଟି ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ ହୋଇଛି । ଏଥିରେ ପ୍ରଭାବିତ ହୋଇଛନ୍ତି ୭୪୮ଟି ଗାଁର ୨ ଲକ୍ଷରୁ ଅଧିକ ଜଣ । ବନ୍ୟାରେ ଆଜି ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି । ୨୭ହଜାରରୁ ଅଧିକ ଘର ଭାଙ୍ଗିଛି । ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲା। ଜିଲ୍ଲାର ୧ ଲକ୍ଷ ୯ ହଜାର ,୪୨୯ ଜନସଂଖ୍ୟା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୬ […]

Read More Text.
School close 735x430

ପ୍ରବଳ ବର୍ଷା ନେଇ ହାଇଆଲର୍ଟ; ୧୦ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭଦ୍ରକ, ଯାଜପୁର, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ା, ଦେବଗଡ଼, ସୋନପୁର ଏବଂ ନୂଆପଡ଼ାରେ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି […]

Read More Text.
IMG 20260728 WA0216

ବାରିପଦାରେ ଜିଲ୍ଲାସ୍ତରୀୟ ହେପାଟାଇଟିସ ଦିବସ-୨୦୨୬ ପାଳିତ

ବାରିପଦା : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତା ରେ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ  ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ସୌମ୍ୟରଞ୍ଜନ ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଅନିଲ କୁମାର ମହାନ୍ତି,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ […]

Read More Text.
IMG 20260728 WA0226

ଦ୍ୱିତୀୟ ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ନାଟ୍ୟ ଆଲୋଚନାଚକ୍ର

ବାରିପଦା :- ସ୍ଥାନୀୟ ମହାରାଜା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ” ଦ୍ୱାରା ଆୟୋଜିତ ହେବାକୁଥିବା ଦ୍ୱିତୀୟ  ଜାତୀୟ ନାଟ୍ୟ ମହୋତ୍ସବ ଅବସରରେ ଜାତୀୟ ନାଟ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I “ଆଜିର ସମାଜ : ଆଜିର ନାଟକ” ବିଷୟ ଉପରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସହଯୋଗୀତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଉଦଘାଟନ କରିଥିଲେ I ମହୋତ୍ସବର ଅଧ୍ୟକ୍ଷ ଡା. କୈଳାଶ […]

Read More Text.
IMG 20260728 WA0218

ହତ୍ୟା ମାମଲାରେ ଅଭିଯୁକ୍ତକୁ ଜୋରିମାନା ସହ ଆଜୀବନ ଜେଲ

ବାରିପଦା-ତା-28-7- ଆଜି ମଙ୍ଗଳବାର ଏକ  ହତ୍ୟା ମାମଲାର ବିଚାରକରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଦ୍ୱିତୀୟ ) ସୁମନ କୁମାର ମିଶ୍ର ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ସାଲୁଗଡିଆ(ତାମୁଡା) ଗ୍ରାମର ଝୁନ ମୁର୍ମୁ (45) କୁ ଭାରତୀୟ ନ୍ୟାୟ ସଂହିତା ଦଫା 302 ରେ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଦୁଇ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ଏବଂ ଦଫା 291 ରେ ପାଞ୍ଚ ବର୍ଷ ସଶ୍ରମ […]

Read More Text.
Closed school

ବର୍ଷା-ବନ୍ୟା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ

ଭୁବନେଶ୍ବର: ବନ୍ୟା ସ୍ଥିତି ଓ ଲଗାଣ ବର୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳ । ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପାଠପଢା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି […]

Read More Text.
Flood 6 e1785255837416 300x205

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର, ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର : ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା । ଭଦ୍ରକ ରାଜଘାଟରେ ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର ରହିଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି । ଏଥିଯୋଗୁ ଭଦ୍ରକ, ଧାମନଗର, ଚାନ୍ଦବାଲି, ଦଶରଥପୁରରେ ପ୍ରଭାବିତ ହେବ। ଚାଷ ଜମି ଜଳାର୍ଣ୍ଣବ ହେବ । ସେହିପରି ବସ୍ତା ଓ ନୀଳଗିରିରେ ବି ଜଳବନ୍ଦୀ ସ୍ଥିତି ଦେଖାଦେବ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଅବବାହିକାରେ […]

Read More Text.
Screenshot 2026 07 28

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି , ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଡେଲାଙ୍ଗ:ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି । ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ଦେଖିଥିଲେ । ଏପରି ଘଟଣା ଘଟିଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଡାକି ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ […]

Read More Text.
IMG 20260727 WA0320

ବ୍ରହ୍ମମନ୍ଦିରର ୧୦୧ ତମ ବାର୍ଷିକ ଉତ୍ସବ ପାଳିତ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ନଂ ୱାର୍ଡ ବ୍ରାହ୍ମମନ୍ଦିରର ୧୦୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଦିନ ମନ୍ଦିର ପରିସରରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସେଭ ଏଲିଫେଣ୍ଟ ଫାଉଣ୍ଡେସନର ସଭାପତି ଡ଼. ଦେବବ୍ରତ ସ୍ୱାଇଁ, ରୋଟାରୀ କ୍ଲବ, ଗୋଲା ସମାଜର ସଭାପତି ଡ. ହରିହର ଦାସ, ବାରିପଦାର ସଭାପତି ତିମିର କୁମାର ଘୋଷ, ଫଳ ଚାରା ରୋପଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ […]

Read More Text.
V

ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ବାରିପଦା : ଗତକାଲି ବିଳମ୍ବିତ ରାତ୍ରୀରେ ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଅନ୍ତର୍ଗତ ମାଣିଦା ଛକ ନିକଟରେ ଥିବା କୃଷ୍ଣଚନ୍ଦ୍ର ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ଦୁବୃତ୍ତ ମାନେ ଲୁହାଗ୍ରିଲ ସମେତ ତାଲାଭାଙ୍ଗି ସୁନା ଗହଣା ଲୁଟ କରିନେଇଥିବାର ଦୋକାନ ମାଲିକ ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଅଛି l ଅଭିଯୋଗ ମୁତାବକ ଦୁବୃତ୍ତମାନେ ତିନି କେଜି ରୁପା ଅଳଙ୍କର ସମେତ ସୁନା ଲୁଟ କରିଛନ୍ତି l ବିଳମ୍ବିତ ରାତ୍ରୀରେ ତିନି ଜଣ ଦୁବୃତ୍ତ ହାତରେ […]

Read More Text.