Baragarh

ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ବରଗଡ଼: ବରଗଡ଼ ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ପତ୍ନୀକୁ ପିଟି ପିଟି ମାରି ଦେଲା ସ୍ବାମୀ । ବରଗଡ଼ରେ ବଡ଼ ଅଘଟଣ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡ଼ତିଆ ଟିକ୍ରା ଗାଁରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୃତ ସ୍ତ୍ରୀ ହେଲେ ଭାଗ୍ୟବତୀ ଖଡ଼ିଆ ଏବଂ ଅଭିଯୁକ୍ତ ସ୍ୱାମୀ ରାଜକୁମାର ଖଡ଼ିଆ । ଘଟଣାସ୍ଥଳକୁ ପହଞ୍ଚି ଅତାବିରା ଥାନା ପୋଲିସ ଅଧିକ […]

Read More Text.
Fire

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ: ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ରାଉରକେଲା: ରାଉରକେଲାରେ ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ପୁଅ ।  ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ୬୦ ବର୍ଷୀୟ ଜିତେନ୍ଦ୍ର ସାହାଙ୍କର ମୃତ୍ୟୁ ହୋଇଛି ।  ଅନ୍ୟ ଏକ ଘରେ ପୁଅ ରୋହିତ ଶୋଇଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ରେଲୱେ କଲୋନୀ ମଧୁସୂଦନପାଲିରେ ଏହି ଅଘଟଣ ହୋଇଛି । ତେବେ କାହିଁକି ଓ କେମିତି ଲାଗିଲା ନିଆଁ ସେନେଇ ତଦନ୍ତ […]

Read More Text.
Missing

ଗେଙ୍ଗୁଟି ନଦୀରେ ବୁଡ଼ି ଦମ୍ପତି ନିଖୋଜ

ଯାଜପୁର: ନଦୀରେ ବୁଡ଼ି ଦମ୍ପତି ନିଖୋଜ । ଯାଜପୁର ବାଲିଚନ୍ଦ୍ରପୁର ଥାନା ଗେଙ୍ଗୁଟି ନଦୀ ବାଲିଘାଟରେ ଅଘଟଣ । ସୂଚନା ଅନୁଯାୟୀ ବାଲିକୁଦା ଗାଁର ସୁଧାକର ଓଝା ଓ ସୁଲୋଚନା ଓଝା ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ବହୁତ ସମୟ ଧରି ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳି ପାରିନାହିଁ । ନଦୀ କୂଳରେ ବାଲ୍ଟି, ଲୁଗାପଟା […]

Read More Text.
WhatsApp Image 2026 09 13 at 7.55.16 PM (1)

ରଘୁନାଥପୁର ସତ୍‌ସତଙ୍ଗ ପ୍ରାର୍ଥନା ଗୃହରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ଭାଦ୍ରବ ପରିକ୍ରମା ଦିବସ

ବାରିପଦା: ରବିବାର ଦିନ ବାରିପଦା ସ୍ଥିତ ରଘୁନାଥପୁର ଠାରେ ପ୍ରର୍ଥନା ଗୃହରେ ସ୍ଥାନୀୟ ସହପ୍ରତିରିତିକ୍ ରବିନ୍ଦ୍ରନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଠାକୁରଙ୍କ ସତ୍‌ସଙ୍ଗ ପରିପାଳିତ ହୋଇଯାଇଅଛି । ଉକ୍ତ ସଦ୍‌ସଙ୍ଗରେ ବାରିପଦା ସହର ଓ ଆଖା ପାଖ ଏବଂ ବେତନଟୀ ଅଞ୍ଚଳର ପ୍ରାୟ ୪୫୦ ରୁ ଉର୍ଦ୍ଧ ଭକ୍ତବୃନ୍ଦ ଉପସ୍ଥିତ ରହି ଉତ୍ସବକୁ ପରିପାଳିତ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଶ୍ରୀ ଠାକୁରଙ୍କର ପବିତ୍ର ଗ୍ରନ୍ଥ ସତ୍ୟାନୁସରଣ ପାଠ ଗୁରୁଭ୍ରାତା ସୁଦାମ ପାଲ୍ ଏବଂ ନାରୀର […]

Read More Text.

ବିଚ୍ ରାସ୍ତାରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ l ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହ ଛକ ଠାରେ ରାସ୍ତା ଉପରେ ଆଜି ପୂର୍ବାହ୍ନ ସମୟରେ ସ୍ତ୍ରୀ ର ଗଳା କାଟି ହତ୍ୟା କଲା ସ୍ୱାମୀ l ଉକ୍ତ ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା l ଗାଡି ମୋଟର ସାଙ୍ଗକୁ ଲୋକମାନଙ୍କର ଯାତାୟତ ସବୁବେଳେ ଲାଗିରହିଥାଏ l ତଥାପି ଏହି ରାସ୍ତା ଉପରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ l ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା […]

Read More Text.
Ctc

ମହିଳାଙ୍କୁ ପଥରରେ ଛେଚି ହତ୍ୟା

କଟକ :  କଟକ ସି ଡି ଏ  ଫେଜ ୨ ଥାନା ଅନ୍ତର୍ଗତ ସେକ୍ଟର ୧୩ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କଲା ଦୁର୍ବୃତ୍ତ ।  ମୃତ ମହିଳାଙ୍କ  ନାମ ଫୁଲ କୁମର । ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ, ଏକ ପାଲ କୁଡ଼ିଆ ଘରେ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଚି ।  ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ […]

Read More Text.
Images (1)

ଗଣେଶ ପୂଜାରେ ଡିଜେ ବନ୍ଦ, ଭସାଣୀ ବେଳେ ଫୁଟିବନି ବାଣ, ରାତି ୧୦ଟା ସୁଦ୍ଧା ସରିବ ମେଲୋଡି

ଭୁବନେଶ୍ୱର : ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ଫୁଟିବନି ବାଣ । ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ। ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱରରେ ମୁତୟନ ରହିବେ ୩୦ପ୍ଲାଟୁନ ଫୋର୍ସ । ଜଟଣୀ ପାଇଁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜଟଣୀ ସମେତ ଭୁବନେଶ୍ୱରରେ ମୋଟ ୪୨୦ଟି ମେଢ଼ ପୂଜା ପାଇବେ । ପୋଲିସ ପକ୍ଷରୁ […]

Read More Text.
Mayurbhanj

ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ମୟୂରଭଞ୍ଜ: ଖଣ୍ଡେ ପାନ ପାଇଁ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ଟିଆଁସି ଗାଁରେ ଅଘଟଣ । ଅନନ୍ତ ନାଏକଙ୍କୁ ସେହି ଗାଁର ଧୀରେନ ନାଏକ ପ୍ରତିଦିନ ପାନ ମାଗି ଖାଉଥିବା ବେଳେ ପାନ ନଦେଲେ ଗାଳିଗୁଲଜ କରିବା ସହ ଧମକଚମକ ଦେଇ ଆସୁଥିଲା । ଧୀରେନ ଘରକୁ ଯାଇ ପାନ ମାଗିବାରୁ ଅନନ୍ତ ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଫଳରେ ଧୀରେନ ପାଟିତୁଣ୍ଡ କରିବା […]

Read More Text.
Download

ପାର୍ବଣ ପୂର୍ବରୁ ବନ୍ଧା ହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଲୁଟେରା

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍ ଜବତ କରାଯାଇଛି। ଏଥିସହ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା, ୧୦ଟି ମୋବାଇଲ୍ ଫୋନ୍, ୬ଟି ଭ୍ୟାନିଟ ଜବତ କରିଛି ପୋଲିସ। […]

Read More Text.
Odisha invetment 750x430

ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଛି ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ: ମିଳିଲା ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ଦୁବାଇ ଗସ୍ତ ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଦେଇଛି । ବିଦେଶୀ ନିବେଶକମାନେ ଏବେ ଓଡ଼ିଶାରେ ନିଜର ପୁଞ୍ଜି ଖଟାଇବା ପାଇଁ ପ୍ରବଳ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଐତିହାସିକ ଗସ୍ତ କାଳରେ ମୋଟ ୨.୪୩ ଲକ୍ଷ କୋଟି ଟଙ୍କାର ୨୪ଟି ବୃହତ୍ ପ୍ରକଳ୍ପ ପାଇଁ ବୁଝାମଣାପତ୍ର […]

Read More Text.