Helicaptor 1 e1793284686127 300x198

କବିସୂର୍ଯ୍ୟନଗରରେ ଜଳବନ୍ଦୀଙ୍କୁ କରାଗଲା ଏୟାରଲିଫ୍ଟ

ରାଜ୍ୟ

ଭୁବନେଶ୍ୱର : କୋଷ୍ଟଗାର୍ଡ ହେଲିକପ୍ଟରରେ ବିପନ୍ନଙ୍କୁ ଉଦ୍ଧାର କରାଯାଉଛି ।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଜଳବନ୍ଦୀରେ ଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି  ।  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨ ହଜାର ଲୋକ ଏବେ ବି ବନ୍ୟା ପାଣି ଘେରରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିରାପଦ ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି।

ପ୍ରତିକୂଳ ପାଗ ଓ ପାଣିର ପ୍ରଖର ସ୍ରୋତକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। ​ଜିଲ୍ଲାର ସୋରଡ଼ା ଏବଂ ଧରାକୋଟ ବ୍ଲକରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନେକ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିବାରୁ ଫସି ରହିଥିବା ଲୋକଙ୍କ ନିକଟରେ ସ୍ଥଳପଥ କିମ୍ବା ଡଙ୍ଗା ଯୋଗେ ପହଞ୍ଚିବା କଷ୍ଟକର ହେଉଛି। ତେଣୁ ବିଶେଷ କରି ସୋରଡ଼ା ଓ ଧରାକୋଟ ବ୍ଲକରେ ଜଳବନ୍ଦୀ ଥିବା ଲୋକଙ୍କୁ ଆକାଶମାର୍ଗରୁ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।