Vigilance 1 e1793286065334 282x300

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେପୁଟି ରେଞ୍ଜର

ରାଜ୍ୟ

 ଭୁବନେଶ୍ୱର : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡେପୁଟି ରେଞ୍ଜର। ଲାଞ୍ଚ ନେବାବେଳେ ଖୋର୍ଦ୍ଧା ଜିଲ୍ଲା ଫୁଲନଖରା ରେଞ୍ଜର ଡେପୁଟି ରେଞ୍ଜର ମୌସୁମୀ ବେହେରାଙ୍କୁ ଧରିଛି ଭିଜିଲାନ୍ସ। ସେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ଅଧୀନରେ କାର୍ଯ୍ୟରତ ଥିବାବେଳେ କଟକ ପ୍ରେସଛକ ନିକଟ ଘାଟକୂଳରେ ତାଙ୍କ ଅଫିସ ରହିଛି ।

ଅଫିସ ପଛପଟେ ଥିବା ସରକାରୀ ବାସଭବନରୁ ତାଙ୍କୁ ଟ୍ରାପ କରିଛି ଓଡିଶା ଭିଜିଲାନ୍ସ। ଫୁଲନଖରା ରେଞ୍ଜ ଅଧୀନରେ ଥିବା ୩ଟି ବୃକ୍ଷରୋପଣ ସ୍ଥଳର ରକ୍ଷଣାବେକ୍ଷଣ, ଜଗାରଖା, ଜଳସେଚନ ଓ ସାର ପ୍ରୟୋଗ ବାବଦରେ ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବକେୟା ବିଲ୍ ମଞ୍ଜୁର କରିବା ପାଇଁ ସେ ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ଲାଞ୍ଚ ନଦେଲେ ଆଗାମୀ ମାସଗୁଡ଼ିକର ବିଲ୍ ମଞ୍ଜୁର କରିବେ ନାହିଁ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।

ଲାଞ୍ଚ ଦାବିରେ ଅସନ୍ତୁଷ୍ଟ ହୋଇ ସମ୍ପୃକ୍ତ କର୍ମଚାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଯୋଜନା ମୁତାବକ ଚଢ଼ାଉ କରି ଲାଞ୍ଚ ଟଙ୍କା ନେବାବେଳେ ମୌସୁମୀ ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ସମସ୍ତ ଏକ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଟ୍ରାପ ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ମୌସୁମୀ ବେହେରାଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି। ଏନେଇ ଭିଜିଲାନ୍ସ ସେଲ୍ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ।