Img 20250128 Wa0145

ଦୁର୍ଗମ ଅଞ୍ଚଳ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା /ଆଦିବାସୀ ନୃତ୍ୟରେ ଦୁଲୁକିଲା ଚଢ଼େଇପାହାଡି ସ୍ପୋର୍ଟ ପଡିଆ

State
 ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅଂଚଳର ଦୁର୍ଗମ ଅଞ୍ଚଳରେ ରୂପେ ପରିଚିତ ଚଢ଼େଇପାହାଡି ଗ୍ରାମ ପଂଚାୟତ l ଏହି ପଂଚାୟତ ର ଚଢେଇପାହାଡି ଗ୍ରାମ ରେ 36 ତମ ବାର୍ଷିକ କ୍ରୀଡା ଓ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା lକାର୍ଯ୍ୟକ୍ରମ ରେ ବାଳକ ବାଳିକା ମାନଙ୍କ ଦୌଡ଼, ବୟସ ମାନଙ୍କର ଲମ୍ବ ଡିଆଁ, ବାଳିକା ମାନଙ୍କ ମ୍ୟୁଜିକ ଏଣ୍ଡ ଚେୟାର ଖେଳ ଅନୁଷ୍ଠିତ ହୋଇଥିଲା l ସେଥିମଧ୍ୟରୁ ମହିଳାଙ୍କ ବଲ କି୍ୱ ଖେଳ ବେଶ ଲୋକପ୍ରିୟ ହୋଇଥିଲା l ଉପରବେଳା ସମୟରେ ହୋ ଶୁସୁନ, ବୁଢିଗାଳି, କାଠି ନାଚ, ଡିସ୍କ, ଦାସlଇ, ଭାଲୁ ନାଚ ପ୍ରମୁଖ ଆଦିବାସୀ ପାରମ୍ପରିକ ନାଚ ଦେଖିବାକୁ ମିଳିଥିଲା l ସନ୍ଧ୍ୟା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟଅଥିତି ଭାବେ ଚଢ଼େଇପାହାଡି ପଂଚାୟତ ସମିତି ସଭ୍ୟା ଟାଣୁଆ ନେତ୍ରୀ କୁନି ସର୍ଦାର, ଚଢ଼େଇପାହାଡି ହାଇସ୍କୁଲ ପ୍ରଧାନ ଶିକ୍ଷକ କାରୁ ବାସ୍କେ , ବିଜାତଳା ଅଞ୍ଚଳ ର ଜଣାଶୁଣା କଂଟ୍ରାକଟର ବଞ୍ଚାନିଧି ମହାରଣା, ପୂର୍ବତନ ସରପଞ୍ଚ ସମାୟ ମୁଣ୍ଡା ଯୋଗ ଦେଇଥିଲେ l ରାତ୍ରି ମନୋରଞ୍ଜନ ନିମନ୍ତେ ଆଦିବାସୀ ଅପେରା ଏବଂ  ମେଲାଡି ଲୋକମାନଙ୍କର ମନ ମହିଥିଲା  l