Img 20250203 Wa0155

କୁଡୁମୀ ସେନା ପକ୍ଷରୁ ଆସାମ ରେ ଅନୁଷ୍ଠିତ ତ୍ରୀ ଦିବସୀୟ କୁଡୁମୀ ସମ୍ମିଳନୀ ରେ ଯୋଗଦାନ

State

ବାରିପଦା – ଆସାମ ରାଜ୍ୟ ର ୧୭ ଟି ଜିଲ୍ଲା ରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ କୁଡ଼ୁମି ଜାତି ଭାଇଙ୍କ ସାଂସ୍କୃତିକ ତଥା ସାମାଜିକ ଅଧିକାର ପାଇଁ କୁଡୁମୀ ସେନା ଓଡ଼ିଶା ପକ୍ଷରୁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ କହିଛନ୍ତି | ଆସାମ କୁଡୁମୀ ସମାଜର ତ୍ରୀ ଦିବସୀୟ (୩୧ଜାନୁୟାରୀ ରୁ ୦୨ ଫେବୃୟାରୀ)୨୨ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମହାନ୍ତ କହିଛନ୍ତି । ଆସାମ ରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟର ଲୋକମାନେ ୨୦୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ରହି ଆସୁଛନ୍ତି। ସେଠାକାର ଚା ବାଗାନ୍ ରେ କାମ କରିବାକୁ ସେମାନଙ୍କୁ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳ ରୁ ନିଆଯାଇଥିଲା , ସେମାନେ ସେଠାରେ ୩/୪ ପୁରୁଷ ଧରି ବସବାସ କରିଆସିବା ସହିତ ଆସାମ ର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି| ତା ସତ୍ତେ ଆସାମର ସରକାର ସେମାନଙ୍କର ସାଂସ୍କୃତିକ ବିକାଶ ଆଦୌ ଧ୍ୟାନ ନଦେବା ଦୁଃଖ ର ବିଷୟ ବୋଲି ଚରାଇଦେଓ ଜିଲ୍ଲାର ରାଙ୍ଗୋଲି ଠାରେ ଆସାମ କୁଡୁମୀ ସମାଜ ଦ୍ଵାରା ଆୟୋଜିତ ତିନି ଦିନିଆ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହିତ ଆସାମ ର ସାଂସ୍କୃତିକ ବିକାଶ ମନ୍ତ୍ରୀ ଙ୍କ ସମେତ ବିଭିନ୍ନ ରାଜ୍ୟ ର କୁଡୁମୀ ସଙ୍ଗଠନ ର ମୁଖ୍ୟ ସବୁ ଯୋଗଦାନ କରିଥିଲେ।ଶ୍ରୀ ମହାନ୍ତ ଏହି ସଭା ରେ ଯୋଗଦେଇ କୁଡୁମୀ ମାନଙ୍କର ସମସ୍ୟା ବିଷୟ ରେ ମନ୍ତ୍ରୀ ଙ୍କ ଧ୍ୟାନ ଆକର୍ଷଣ କରିବା ସହିତ କୁଡୁମୀ ମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ଦାବୀ ଜଣାଇଥିଲେ।ଶ୍ରୀ ଜୟରାମ କୁଡୁମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ହଜାର ହଜାର ପୁରୁଷ ମହିଳା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ କୁଡୁମି ସେନା ର ଲାଲଟୁ ମାହାତ, ଓମପ୍ରକାଶ ମାହାତ ଏବଂ କୁଡୁମୀ ସେନା ର ବୁଲୁ ମହାନ୍ତ, ମହେଶ୍ୱର ମହାନ୍ତ, ଟିକିନା ମହାନ୍ତ,ଟିକିଲି ମହାନ୍ତ, ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଶା ରେ ଚାଲିଥିବା କୁଡୁମୀ ସେନା ର କାର୍ଯ୍ୟକ୍ରମରେ ଆସାମ କୁଡୁମୀ ସମାଜର କର୍ମକର୍ତ୍ତା ମାନେ ଉଦବୁଦ୍ଧ ହୋଇ ଓଡ଼ିଶା କୁଡୁମୀ ସେନାର ପରାମର୍ଶ ଓ ସହଯୋଗ ଲୋଡିଥିଲେ।ଏଣୁ ଓଡ଼ିଶାର କୁଡୁମୀ ସେନା ପକ୍ଷ ରୁ ଆସାମର କୁଡୁମୀ ମାନଙ୍କ ଅଧିକାର ପାଇଁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ର ସଭାପତି ଶ୍ରୀ ମହାନ୍ତ କହିଥିଲେ।