ଆଗରପଡ଼ା :ପେଟ୍ରୋଲ ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଭଦ୍ରକ-ଆନନ୍ଦପୁର ୫୩ନମ୍ବର ରାଜ୍ୟ ରାଜପଥର ବନ୍ତ ଥାନା ଅଧୀନ ଶ୍ରୀବନ୍ତପୁର ନିକଟରେ ନିକଟସ୍ଥ ଚାଇଁପୁର ଗାଁର ଶରତ ଯେନା (୫୮) ବ୍ୟବସାୟୀ ନିମନ୍ତେ ନିଜର ସାଇକେଲ ଯୋଗେ ବନ୍ତ ହାଟକୁ ଯାଉଥିବା ସମୟରେ ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଆସୁଥିବା ହିନ୍ଦୁସ୍ଥାନ ପେଟ୍ରୋଲ ଟ୍ୟାଙ୍କରଟି ତାଙ୍କୁ ପଛ ପଟୁ ଧକ୍କା ଦେଇଥିବା ବେଳେ ଶରତଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ଟ୍ୟାଙ୍କର୍ ଟିକୁ ଅଟକ ରଖିବା ସହ କ୍ଷତିପୂରଣ ଦାବିରେ ରାଜପଥକୁ ଅବରୋଧ କରିଥିବା ଦେଖାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ବନ୍ତ ପୋଲିସ୍ ପହଞ୍ଚଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା । କ୍ଷତି ପୂରଣ ଦାବିରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ପରେ ଘଟଣା ସ୍ଥଳରେ ବନ୍ତ ତହସିଲଦାର , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପହଂଚି ପ୍ରତିଶ୍ରୁତି ଦେବା ପରେ ରାଜପଥରୁ ଅବରୋଧ ହଟିଥିବାର ଜଣାପଡ଼ିଛି ।