Img 20240328 Wa0213

ବାରିପଦା କଳାକାର ପରିବାର ପାଳନ କଲେ ବିଶ୍ୱ ନାଟକ ଦିବସ

State

ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ବାରିପଦା କଳାକାର ପରିବାର ତରଫରୁ ବିଶ୍ୱ ନାଟକ ଦିବସ ପାଳିତ ହୋଇଯାଇଛି I ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡଃ ପ୍ରକାଶ ଚନ୍ଦ୍ର ଦାଶ, ଡଃ କୁମରମଣି ନାୟକ, ଅନ୍ନଦା ଶଙ୍କର ଦାଶ, କ୍ଷୀରୋଦ କୁମାର ସିଟ, ଫାଲ୍ଗୁନୀ ଦାସ, କୁନ୍ଦନଲାଲ ଭଞ୍ଜ ଓ ରଣଜିତ ସାହୁ ପ୍ରମୁଖ ଅଭିନେତା ଓ ନିର୍ଦ୍ଦେଶକ ବୃନ୍ଦ ଉପସ୍ଥିତ ରହି ବିଶ୍ୱ ନାଟକ ଦିବସର ସ୍ମୃତି ଚାରଣ କରିବା ସହ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା କ୍ଷେତ୍ରରେ ନାଟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରକାଶ କହିଥିଲେ I କଳାର ଏକ ଅଂଶ ଭାବେ ନାଟକ ଭାଷା – ଭାଷା ଏବଂ ଧର୍ମ – ଧର୍ମ ଭିତରେ ଥିବା ପ୍ରାଚୀରକୁ ଭାଙ୍ଗିବା ସହ ଆଞ୍ଚଳିକବାଦରୁ ଦୁରେଇ ରହି ଭୌଗଳିକ ଅଂଚଳ ମଧ୍ୟରେ ଥିବା ସୀମାକୁ ଅତିକ୍ରମ କରି ସମାଜକୁ ଏକ ସୂତ୍ରରେ ରଖିବାରେ ସହାୟକ ହୋଇଥାଏ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ I