Img 20240328 Wa0214

ରଘୁନାଥ ଗଞ୍ଜ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ

State

ବାରିପଦା: ସ୍ଥାନୀୟ ରଘୁନାଥ ଗଞ୍ଜ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣ ରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୀପକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ବିମଲ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଗାଙ୍ଗରାଜ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିରୋଚନ ଗୋରେଇ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମୀୟ କୁମାର ସାହୁ, ରାଇରଙ୍ଗପୁର ବ୍ଲକ ର କୃଷି ଅଧିକାରୀ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ I ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କଳ୍ପନା ବେହେରା ଓ ସୌରଭ ସିଂ ଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବେ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I ଶିକ୍ଷୟିତ୍ରୀ ଭାରତୀ ତ୍ରିପାଠୀଙ୍କ ନିର୍ଦେଶନା ରେ ଛାତ୍ର ଛାତ୍ରୀ ମାନେ ଏକ ନାଟକ ପରି ବେଷଣ କରିଥିଲେ I ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଇପ୍ସିତା ପଲେଇ, ମିନତୀ ସାହୁ, ସଂଜୁରାଣୀ ପାତ୍ର, ଲକ୍ଷ୍ମୀପ୍ରୀୟା ଦତ୍ତ ଓ ସଂଘମିତ୍ରା ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ I ଶେଷରେ ଶିକ୍ଷୟିତ୍ରୀ ରୁପମାଳିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I