Img 20240328 Wa0217

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

sports

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ବିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ୭ମ ରୁ ୧୦ ଶ୍ରେଣୀର ଛାତ୍ରଙ୍କୁ ନେଇ ୫ଟି ଦଳ ଗଠନ କରାଯାଇଛି ବୋଲି କ୍ରିକେଟ ସହ ସମ୍ପାଦକ ହରପ୍ରସାଦ ପାତ୍ର ଜଣାଇଛନ୍ତି I ଉଦଘାଟନୀ ମ୍ୟାଚରେ ଟିମ – ବି ଟିମ – ସି କୁ 202 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ – ବି ୩୦.୫ ଓଭରରେ ସମସ୍ତ ଉଇକେଟ ହରାଇ ୩୬୪ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ ସିଂହ ୧୭ ଛକା ଓ ୭ ଟି ଚୌକା ବଳରେ ୧୪୯ ଓ ନିଶାନ୍ତ ମିଶ୍ର ୩୬ ବଲରେ ୫୪ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅଂଶମାନ ଗିରି ୪ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ସି ୨୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିପାରିଥିଲେ I ଦଳ ପାଖରୁ ସୁରାଇ ହେମ୍ବ୍ରମ ୫ଟି ଛକା ଓ ୧୧ଟି ଚୌକା ବଳରେ ୮୨ ରନ କରିଥିବା ବେଳେ ବିପକ୍ଷ ଦଳର ନିଶାନ୍ତ ମିଶ୍ର ୩ଟି ଉଇକେଟ ଅକ୍ତିଆର କରିଥିଲେ i ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ଅମିତ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I