Onn 3

ହର୍ମନପ୍ରୀତ୍‌ ଏସିଆଡ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା

sports

ମୁମ୍ବାଇ : ଭାରତୀୟ ମହିଳା ଦଳର ଅଧିନାୟିକା ହର୍ମନପ୍ରୀତ୍‌ କୌର ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍‌ରେ ଖେଳିବାରୁ ବଞ୍ଚିତ ହୋଇପାରନ୍ତି। ନିକଟରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ ସମୟରେ ୱିକେଟ୍‌କୁ ବ୍ୟାଟ୍‌ରେ ମାରି ଭାଙ୍ଗିବା ଏବଂ ଅମ୍ପାୟାରଙ୍କ ବିରୋଧରେ କଟୁ ମନ୍ତବ୍ୟ ପ୍ରଦାନ କରିବା ମାମଲାରେ ଆଇସିସି ତାଙ୍କ ଉପରେ କଠୋର ପଦକ୍ଷେପ ନେବା ସମ୍ଭାବନା ରହିଛି। ବାଂଲାଦେଶର ମ୍ୟାଚ୍‌ ରେଫରି ଅକତର ଅହମଦ ଏହି ଘଟଣା ଉପରେ ଆଇସିସିକୁ ରିପୋର୍ଟ କରିଛନ୍ତି।
ତାଙ୍କ ଉପରେ ଲଗାଯାଇଥିବା ଦଫାକୁ ଯଦି ଆଇସିସି ଦଣ୍ଡବିଧାନ କରେ, ତା‌’ହେଲେ ତାଙ୍କୁ ଗୋଟିଏ ଟେଷ୍ଟ କିମ୍ବା ଦୁଇଟି ସୀମିତ ଓଭର ମ୍ୟାଚ୍‌ରୁ ବାସନ୍ଦ କରାଯାଇପାରେ। କିମ୍ବା ଆର୍ଥିକ ଭାବେ ମଧ୍ୟ ତାଙ୍କୁ ଦଣ୍ଡିତ କରାଯିବା ସମ୍ଭାବନା ରହିଥିବା ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଯଦି ଦୁଇଟି ମ୍ୟାଚ୍‌ ବାସନ୍ଦ ଦଣ୍ଡ ଲାଗୁ କରାଯାଏ, ତାହେଲେ ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ଦୁଇ ମ୍ୟାଚ୍‌ରେ ସେ ବାହାରେ ରହିପାରନ୍ତି। ସୂଚନାଯୋଗ୍ୟ, ହର୍ମନପ୍ରୀତ୍‌ଙ୍କ ଅଣଖେଳୁଆଡ଼ ଆଚରଣ ସହିତ ଟ୍ରଫି ସହ ଫଟୋ ଉଠାଯିବା ସମୟରେ ବାଂଲାଦେଶୀ ଖେଳାଳିଙ୍କୁ ସମାଲୋଚିତ କରିବା ଘଟଣାକୁ ଅନେକ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି।