Img 20240331 Wa0244

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସୁରାଇଙ୍କ ୯୭ ରନ ଯୋଗୁଁ ଜିତିଲା ଟିମ ସି

sports

ବାରିପଦା: ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ମ୍ୟାଚରେ ଟିମ – ସି ଟିମ – ଇ କୁ ୬ ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ – ଇ ୩୦ ଓଭରରେ ୮ ଉଇକେଟ ହରାଇ ୨୦୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୁରଜିତ ଦେଓ ୪୦ ଓ ଅଂଶ ଅଗ୍ରୱାଲ ଏବଂ ଅବିନାଶ ଦାସ ୩୦ ରନ ଲେଖାଏଁ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଦପ୍ତାଂଶୁ ରାଜ ବେହେରା ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ସି ୨୨.୧ ଓଭରରେ ୪ ଟି ଉଇକେଟ ହରାଇ ୨୦୬ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସୁରାଇ ହେମ୍ବ୍ରମ ୯୭ ଓ ଅଂଶୁମାନ ଗିରି ୪୬ କରିଥିଲେ i ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ବରିଷ୍ଠ ସଭ୍ୟ ମଳୟ ମହାପାତ୍ର, ସାଧାରଣ ସମ୍ପାଦକ ବିଜୟ କୁମର ଦାସ ଓ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I