Onn 3

ସାଧାରଣ ନିର୍ବାଚନ ୨୦୨୪: ଗଣମାଧ୍ୟମ ପ୍ରମାଣନ ଏବଂ ଯାଞ୍ଚ ପାଇଁ ଜିଲ୍ଲା ସ୍ତରୀୟ ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ ସେଲ

State

ବାରିପଦା : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ବାଚନ ଘୋଷଣା ଫଳରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏଣୁ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାସ୍ତରରେ ଗଣମାଧ୍ୟମ ପ୍ରମାଣନ ଏବଂ ଯାଞ୍ଚ କମିଟି ବା ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ ସେଲ (ଏମସିଏମସି) ଗଠନ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏମସିଏମସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଥିବା ସମ୍ମିଳନୀ କକ୍ଷ, ଯାହା ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ଭାବେ କାର୍ଯ୍ୟ କରୁଛି। ଏହି ସେଲର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜନୈତିକ ବିଜ୍ଞାପନର ପ୍ରାକ ପ୍ରମାଣନ, ଦେୟ ପ୍ରଦାନ କରାଯାଇଥିବା ଖବର (ପେଡ ନ୍ୟୁଜ) ତଦାରଖ ଓ କାର୍ଯ୍ୟାନୁଷ୍ଠାନ ଏବଂ ନିର୍ବାଚନ ପ୍ରକ୍ରିୟା ସମୟରେ ଗଣମାଧ୍ୟମ ଦ୍ଵାରା ହେଉଥିବା ଉଲଙ୍ଘନ ଉପରେ ନଜର ରଖିବା ସହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିବ। ଯେକୌଣସି ପଞ୍ଜୀକୃତ ରାଜନୈତିକ ଦଳ / ଗୋଷ୍ଠି / ସଂଗଠନ / ବ୍ୟକ୍ତି ବିଶେଷାଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମ ସମେତ ବୈଦ୍ୟୁତିକ ଗଣମାଧ୍ୟମ ରେ ବିଜ୍ଞାପନକୁ ପ୍ରସାରଣ କରିବା ପୂର୍ବରୁ ଏହି କମିଟିର ମଞ୍ଜୁରୀ ଆବଶ୍ୟକ। ପ୍ରାର୍ଥୀ ମାନଙ୍କର ପ୍ରାକ ସାର୍ଟିଫିକେସନ ଆବେଦନକୁ ଜିଲ୍ଲା ସ୍ତରୀୟ ଏମସିଏମସି କମିଟି ଗ୍ରହଣ କରୁଥିବା ବେଳେ ପଞ୍ଜୀକୃତ ରାଜନୈତିକ ଦଳ ଗୁଡିକର ଆବେଦନ ରାଜ୍ୟ ସ୍ତରୀୟ ଏମସିଏମସି କମିଟି ଗ୍ରହଣ କରିବ । ପ୍ରତ୍ୟେକ ପଞ୍ଜୀକୃତ ଦଳ କିମ୍ବା ପ୍ରାର୍ଥୀ ବିଜ୍ଞାପନ ପ୍ରସାରଣ ପାଇଁ ନିର୍ଦ୍ଧାରିତ ୩ ଦିନ ରୁ ଅଧିକ ସମୟ ପୂର୍ବରୁ ଆବେଦନ କରିବାକୁ ପଡିବ। ଅଣପଞ୍ଜୀକୃତ ମାନଙ୍କ ପାଇଁ ଏହା ୭ ଦିନ ରୁ ଅଧିକ ଦିନ ପୂର୍ବରୁ ଆବେଦନ କରିବାକୁ ଆବଶ୍ୟକ । ବିଜ୍ଞାପନର ପ୍ରାକ ସାର୍ଟିଫିକେସନ ପାଇଁ ୨ ଟି ନକଲ ବୈଦ୍ୟୁତିକ ଆକାରରେ ଏବଂ ଉପଯୁକ୍ତ ଆଟେସଟେଡ ଟ୍ରାନସ୍କ୍ରିପ୍ଟ , ଉତ୍ପାଦନ ଖର୍ଚ୍ଚ , ଟିଭି କିମ୍ବା କେବୁଲ ନେଟୱାର୍କ ରେ ପ୍ରସାରଣର ଆନୁମାନିକ ମୂଲ୍ୟ ଏବଂ କେତେଥର ପ୍ରସାରଣ ହେବ ତାହାର ତାଲିକା ଦେବାକୁ ପଡିବ। ଯଦି କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବିଜ୍ଞାପନ ଜାରି କରନ୍ତି ତେବେ ସେହି ବ୍ୟକ୍ତି ସପକ୍ଷରେ କହିବେ ଯେ , ଏହା କୌଣସି ଦଳ କିମ୍ବା ପାର୍ଥୀ ଙ୍କ ହିତ ପାଇଁ ନୁହେଁ ଏବଂ ସେମାନଙ୍କ ଦ୍ଵାରା ପ୍ରାୟୋଜିତ କିମ୍ବା କାର୍ଯ୍ୟକ୍ଷମ କିମ୍ବା ପ୍ରଦାନ କରାଯାଇନାହି । ସମସ୍ତ ଦେୟ ଚେକ କିମ୍ବା ଡ୍ରାଫଟ ମାଧ୍ୟମରେ ହେବ ବୋଲି ଏକ ବିବୃତି କିମ୍ବା ଘୋଷଣା ନାମା ଦେବେ ।

ଲୋକସଭା ପାର୍ଥୀ ଙ୍କ ଖର୍ଚ୍ଚ ୯୫ ଲକ୍ଷ ହେଇଥିବା ବେଳେ ବିଧାନସଭା ପାଇଁ ପାର୍ଥୀ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଜନପ୍ରତିନିଧି ଆଇନ ୧୯୫୧ ଧାରା ୭୭(୧)ଅନୁସାରେ, ପ୍ରତ୍ୟେକ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ତାରିଖ ଠାରୁ ନିର୍ବାଚନ ଫଳାଫଳ ଯାଏଁ ତାଙ୍କ ଦ୍ଵାରା କିମ୍ବା ତାଙ୍କ ଦ୍ଵାରା ନିର୍ବାଚିତ ଏଜେଣ୍ଟ ଦ୍ଵାରା ହୋଇଥିବା ଖର୍ଚ୍ଚର ହିସାବ ରଖିବା ଆବଶ୍ୟକ । ରାଜନୈତିକ ଦଳ ଗୁଡିକ ମଧ୍ୟ ନିଜର ନିର୍ବାଚନ ଖର୍ଚ୍ଚ ର ତାଲିକା ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଦାଖଲ କରିବେ । ରାଜନୈତିକ ଦଳ ଗୁଡିକ ବିଧାନ ସଭା ପାଇଁ ୭୫ ଦିନ ଏବଂ ଲୋକ ସଭା ପାଇଁ ୯୦ ଦିନ ମଧ୍ୟରେ ଖର୍ଚ୍ଚ ବିବରଣୀ ପ୍ରଦାନ କରିବେ । ମୁଦ୍ରିତ ଗଣମାଧ୍ୟମ ରେ ଯଦି କୌଣସି ବିଜ୍ଞାପନ ପାର୍ଥୀଙ୍କ ଅସହମତିରେ ପ୍ରକାଶିତ ହୋଇଥାଏ ତେବେ ଆଇପିସି ଧାରା ୧୭୧ (ଏଚ) ଉଲଂଘନ ପାଇଁ ପ୍ରକାଶକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ । ସେହିପରି ଆରପି ଆକ୍ଟ ୧୯୫୧ ଧାରା ୧୨୭ (ଏ )ଅନୁସାରେ ସମସ୍ତ ନିର୍ବାଚନୀ ପାମ୍ପଲେଟ , ପୋଷ୍ଟର, ବ୍ୟାଙ୍କ ବିଲ ଓ ଅନ୍ୟାନ୍ୟ ପ୍ରଚାର ପତ୍ରରେ ପ୍ରକାଶକ ଓ ମୁଦ୍ରାକର ଙ୍କ ନାମ , ଠିକଣା ଓ ମୁଦିଲ କପି ର ସଂଖ୍ୟା ସମ୍ମୁଖ ଭାଗରେ ସ୍ଥାନ ପାଇବା ବାଧ୍ୟତାମୂଳକ । ନାମାଙ୍କନ ପତ୍ର ରେ ପାର୍ଥୀ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସମ୍ପର୍କରେ ମଧ୍ୟ ଲେଖିବା ଆବଶ୍ୟକ । ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ଙ୍କ ନିର୍ଦ୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଙ୍କ ତତ୍ୱାବଧାନରେ ଏହି ଏମସିଏମସିର ଦାୟିତ୍ୱ ପ୍ରତିନିଧି ଜିଲ୍ଲାପାଳ ଡଃ ଶୁଭଙ୍କରୀ ସୁଦେଶନା ଦାଶ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କୁ ମିଳିଥିବା ବେଳେ, ଶ୍ରୀମତୀ ସାରିକା ପ୍ରଜାପତି, ରଶ୍ମି ରଞ୍ଜନ ମହାନ୍ତ, ସସ୍ମିତା ମଞ୍ଜରୀ ମହାନ୍ତ, ମମତା ମଞ୍ଜରୀ ଦଳନାୟକ, ଲଳିତରଞ୍ଜନ ନାଏକ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ବୋଲି ପ୍ରକାଶ।