Whatsapp Image 2024 03 31 At 7.53.05 Pm

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

State

ବାରିପଦା: ବି.ବି.ମହାବିଦ୍ୟାଳୟ, ବାଇଗଣବାଡିଆର ସ୍ୱର୍ଣ୍ଣିମ ଓ ସୁଦୀର୍ଘ ଇତିହାସ ରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ.ସନ୍ଦୀପ କୁମାର ପଟ୍ଟନାୟକଙ୍କ 37ବର୍ଷ ର କର୍ମମୟ ଜୀବନ ରେ ଅବସର ପଡିଛି l ସେ କେବଳ ସାଧୁତା, ସ୍ୱଚ୍ଛତା, ଉତ୍ତର ଦାୟିତ୍ୱ ଓ ସୁଶାସନର ସାତ୍ତ୍ୱିକ ସଙ୍ଗମ ନୁହନ୍ତି ପରନ୍ତୁ ସୁଖମୟ ବ୍ୟକ୍ତିତ୍ୱର ଏକ ବିରଳ ବୈଭବ। ସେ ଥିଲେ ଜଣେ କର୍ମବୀର l
ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସେ 1987 ରେ ବି. ବି ମହାବିଦ୍ୟାଳୟ ବାଇଗଣବାଡିଆରେ ବାଣିଜ୍ୟ ବିଭାଗରେ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ 2014 ମସିହାରେ ପ୍ରାଧ୍ୟାପକ ଏବଂ ୨୦୨୩ରେ ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ କରି ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରି ଥିଲେ ।ନିଜର ଉଚ୍ଚ କୋଟିର ଶିକ୍ଷାଦାନ ପଦ୍ଧତି ଯୋଗୁଁ ଜଣେ ଛାତ୍ର ବତ୍ସଳ ଶିକ୍ଷକ ହିସାବରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ।

ସାରସ୍ୱତ ସାଧନାରେ ବ୍ରତି ରହି ନିଜର ଗବେଷଣା ପାଇଁ ୨୦୧୧ ମସିହାରେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ପି.ଏଚ.ଡି.ଡିଗ୍ରୀ ହାସଲ କରି ଏହି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଗବେଷଣା କ୍ଷେତ୍ରରେ ନିରନ୍ତର ପ୍ରୟାସ ଯୋଗୁଁ ୟୁ.ଜି.ସି. ତରଫରୁ ଗୋଟିଏ ଏମ.ଆର.ପି. ସଫଳତାର ସହିତ ସମ୍ପୁର୍ଣ୍ଣ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଗବେଷଣା ପାଇଁ ସଦା ସର୍ବଦା ପ୍ରେରଣା ଯୋଗାଇ ଆସିଛନ୍ତି ।ତାଙ୍କର ମାର୍ଗଦର୍ଶନରେ ବାଣିଜ୍ୟ ବିଭାଗର ୫ରୁ ଉର୍ଦ୍ଧ ଛାତ୍ର ଛାତ୍ରୀମାନେ ଏବେ ଗବେଷଣାରତ ଅଛନ୍ତି । ସେ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱ ବିଦ୍ୟାଳୟର ବୋର୍ଡ ଅଫ୍ ଷ୍ଟଡିଜ୍‌ର ସଦସ୍ୟ ଏବଂ ବୋଡ୍ ଅଫ୍ କଣ୍ଡକ୍ଟିଂ, ଏକଜାମିନେସନ୍‌ର ସଦସ୍ୟ ହିସାବରେ କାର୍ଯ୍ୟକରି ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି ।

ଅଧ୍ୟକ୍ଷ ହିସାବରେ ସେ ମହାବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରି ଥିଲେ lଦୀର୍ଘ ଦିନରୁ କାର୍ଯ୍ୟକ୍ଷମ ହୋଇ ପାରିନଥିବା ଛାତ୍ରନିବାସକୁ କାର୍ଯ୍ୟକ୍ଷମ କରାଇବା ସହିତ ଭୂମି ଅଧିଗ୍ରହଣ, ମହାବିଦ୍ୟାଳୟକୁ ୫ଟି ର ଅନୁଦାନ ରାଶି ପ୍ରାପ୍ତ କରିବା ଏବଂ ନାକ୍‌ର ଦ୍ୱିତୀୟ ପର୍ଯ୍ୟlୟ ପ୍ରସ୍ତୁତି କରିବା, ମହାବିଦ୍ୟାଳୟରେ୍ କ୍ୟାଣ୍ଟନି୍ ନିର୍ମାଣ, ଇ-ଲାଇବ୍ରେରୀ, ସ୍ମାଟ୍ କ୍ଲାସ ରୁମ ନିର୍ମାଣ, ବିଭିନ୍ନ ବିଭାଗର ନବିକରଣ ଏବଂ ମହାବିଦ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଠାରୁ ପ୍ୟାଣ୍ଡେଲ ପର୍ଯ୍ୟନ୍ତ ନବିକରଣ କରିବା ସହିତ ମହାବିଦ୍ୟାଳୟର ଅନେକ ଛୋଟ ବଡ ଉନ୍ନତି ମୂଳକ କାର୍ଯ୍ୟକରିଛନ୍ତି । ଅଧ୍ୟକ୍ଷ ଦାୟିତ୍ୱର ସ୍ୱଳ୍ପ ସମୟ ସୀମା ମଧ୍ୟରେ ସେ ମହାବିଦ୍ୟାଳୟର ଅଭିବୃଦ୍ଧି ଏବଂ ସର୍ବାଙ୍ଗିନ ଉନ୍ନତିରେ ନିଜର ଯେଉଁ ଛାପ ଛାଡି ଯାଇଛନ୍ତି, ସେଥିପାଇଁ ଏହି ମହାବିଦ୍ୟାଳୟ ଇତିହାସରେ ଚୀରସ୍ମରଣୀୟ ହୋଇ ରହିବେ ବୋଲି ଏହି ଅବସରରେ ଆୟୋଜିତ ସଭାରେ ପ୍ରଶାସନିକ ଅଧିକାରୀ ଡ଼କ୍ଟର ରାଜେନ୍ଦ୍ର କୁମାର ଦାସ, ଆକାଉଣ୍ଟ ବରସାର ଡ଼କ୍ଟର ଅଳକା ମଞ୍ଜରୀ ଭୂୟାଁ, ଶ୍ରୀମତୀ ମେଘମାଳା ବେହେରା, ଡ଼କ୍ଟର ସଂଯୁକ୍ତା ମହାନ୍ତି, ଡ଼କ୍ଟର କେଦାର ଚନ୍ଦ୍ର ପରିଡା, ଡ଼କ୍ଟର ଶୁଭେନ୍ଦୁ ଦାସ, ଡ଼କ୍ଟର ଶରତ କୁମାର ମହାନ୍ତି,ଶ୍ରୀ ପ୍ରମୋଦ କୁମାର ବସା, ସୁଶାନ୍ତ ସାହୁ,ସୁବ୍ରତ କୁମାର ଦାଶ, ଜୟଶ୍ରୀ ଦାଶ,ହରିଶଙ୍କର ମହାକୁଡ଼,ଅନୁସୟା ସିଂହ ଅତୀତ ର ସ୍ମୃତି ଚରଣ କରି କହିଥିଲେ lବାସ୍ତବରେ ସେ ଜଣେ କର୍ମବୀର ଓ ସ୍ୱାଭିମାନି ବ୍ୟକ୍ତି, ତଥା ସଦା ସର୍ବଦା କର୍ମ ଚଂଚଳ ଓ କର୍ମତତ୍ପର ଯାହାକି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ମହାବିଦ୍ୟାଳୟରେ ଯୋଗ ଦେବା ଦିନ ଠାରୁ ଅବସର ପର୍ଯ୍ୟନ୍ତ ସେ ମହାବିଦ୍ୟାଳୟର ଅର୍ଥବିଭାଗକୁ ନିଷ୍ଠା ଓ ସ୍ୱଚ୍ଛତାର ସହିତ ପରିଚାଳନା କରିବା ସହିତ ମହାବିଦ୍ୟାଳୟ ଗଠନ ମୂଳକ କାର୍ଯ୍ୟରେ ସହାୟକ ହୋଇଛନ୍ତି । ଦାୟୀତ୍ୱରେ ଥାଆନ୍ତୁ ବା ନ ଥାଆନ୍ତୁ କୌଣସି ବିଭାଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପୂର୍ବରୁ ସେ ସଠିକ୍ ମାର୍ଗ ଦେଖାଇ ସେହି କାର୍ଯ୍ୟକୁ ସଫଳ କରାଇଥାନ୍ତି । ଅବସର ପରେ ଏହି ମହାବିଦ୍ୟାଳୟ ନିଶ୍ଚିତ ଭାବରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ।
ଦୀର୍ଘ ୩୭ ବର୍ଷଧରି ଆଜି ପର୍ଯ୍ୟନ୍ତ ସମସ୍ତ ଶାରିରୀକ ଓ ମାନସିକ ଉର୍ଜାକୁ ଏହି ମହାବିଦ୍ୟାଳୟ ପାଇଁ ଉତ୍ସଗୀକୃତ କରି ଏହାର ମାନ ବୃଦ୍ଧି କରିଛନ୍ତି । ଏହି ସଫଳତା ପ୍ରଛଦ ପଟରେ ତାଙ୍କର ସହଧର୍ମିଣୀ ଶ୍ରୀମତୀ ନିହାରିକା ପଟ୍ଟନାୟକ ଏବଂ ସନ୍ତାନ ମାନଙ୍କର ତ୍ୟାଗକୁ ଏହି ମହାବିଦ୍ୟାଳୟ ପକ୍ଷରୁ ସମ୍ମାନ ଜଣାଉଛୁ ବୋଲି ଷ୍ଟାଫ କାଉନସିଲ ସେକ୍ରେଟାରୀ ଡ଼କ୍ଟର ଶ୍ରୀନାଥ ସାମଲ କହିଥିଲେ l
ସେବା ନିବୃତ ପରବର୍ତ୍ତି ସମୟ ସର୍ବାଙ୍ଗ ସୁନ୍ଦର, ସର୍ବୋତମ, ନିରାୟମୟ ଓ ସୃଜନଶୀଳ ହେଉ ବୋଲି ସର୍ବନିୟନ୍ତାଙ୍କ ପାଖରେ ସମସ୍ତେ ସାଦର ପ୍ରାର୍ଥନା କରିଥିଲେ l

Whatsapp Image 2024 03 31 At 7.53.04 Pm