Img 20240417 Wa0303

ଜାତୀୟ ସ୍କୁଲ କ୍ରୀଡ଼ା ପାଇଁ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀରୁ ୨ ଖେଳାଳୀ ମନୋନୀତ

sports State

ବାରିପଦା : ଚଳିତ ମାସ ୨୩ ଓ ୨୪ ତାରିଖ ମହାରାଷ୍ଟ୍ର ପୁନେର ବେଲୱାଡି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ ବର୍ଷରୁ କମ୍ ୬୭ ତମ ଜାତୀୟ ସ୍କୁଲ୍ କ୍ରୀଡ଼ାରେ ଭାଗ ନେବାପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୩ଜଣ ସ୍ଥାନ ପାଇଥିବା ବେଳେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, ମୟୂରଭଞ୍ଜର ଦୁଇ ଜଣ ଖେଳାଳୀ ହିଷୀ ଟୁଡୁ ଓ ଅମିଶାରାଣୀ ମାଝୀ ଓଡିଶା ଦଳରେ ସ୍ଥାନ ପାଇଛନ୍ତି । ଦୁଇ ଜଣ ଏବେ ବାରିପଦା-୨ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ବିଭାଗରେ ଅଧ୍ୟୟନରତ । ପୂର୍ବରୁ ମଧ୍ଯ ହିଷି ଓ ଅମିଶା ୧୪ ବର୍ଷରୁ କମ୍ ଓଡ଼ିଶା ରଗବୀ ଦଳକୁ ପ୍ରତିଧ୍ଵନିତ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ମୟୁରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିର୍ଦ୍ଦେଶକ ଅମର ସେଠୀ, ଉପଦେଷ୍ଟା ସୋମନାଥ ସିଂ, ମଙ୍ଗଲ ହାଁସଦା, ରୂପାଲି ସୋରେନ, ବାରିପଦା ଶାଖା ପରିଚାଳକ ରଞ୍ଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ତରଣିସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସମେତ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।