ପରୀକ୍ଷା ଦାୟିତ୍ବରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ପରାମର୍ଶ ଦିଆଯାଇଛି । ସିସିଟିଭି, ଲାଇଭ୍ ସିସିଟିଭି ଷ୍ଟ୍ରିମିଂ ସହ ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ, ପୋଲିସ ବାହିନୀ ମୁତୟନ, ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ସହ ପରୀକ୍ଷା ସୁପରିଚାଳନା କରାଯିବ । ଏସମସ୍ତ ବ୍ୟବସ୍ଥାର ତଦାରଖ ପାଁ ବୈଠକରେ ଆଲୋଚନା ହୋଇଥିଲା । ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେଉଥିବା ବେଳେ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଏକଜାମ୍ । ଏଥର ୫ ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ଯୁକ୍ତ ଦୁଇ ପରୀକ୍ଷା ଦେବେ ୩ ଲକ୍ଷ ୬୮ ହଜାର ଛାତ୍ରଛାତ୍ରୀ ।